ଅନୁଗୁଳ, (ବାଘୁଆବାର୍ତ୍ତା): ଅନୁଗୁଳ ଅମଲାପଡ଼ା ଅଞ୍ଚଳରେ ଅବକାରୀ ଟିମ୍ର ଚଢ଼ାଉ। ମଙ୍ଗଳବାର କେନାଲ ଅଂଚଳରେ ଚଢାଉ କରି ୧୨୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଟିମ୍। ଏହି ସ୍ଥାନରେ ବହୁ ଦିନ ଧରି ନିଷିଦ୍ଧ ନିଶା କାରବାର ଚାଲୁଥିଲା। ଏହାର ସୂଚନା ପାଇ ଇନ୍ସପେକ୍ଟର କୌଶଲ୍ୟା ଜେନାଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା। ଧିରେନ୍ ଦାସ ନାମକ ଜଣେ ଯୁବଙ୍କୁ କାବୁ କରି ତାଙ୍କ ନିକଟରୁ ୧୨ ଲକ୍ଷ ଟଙ୍କାର ଏହି ବ୍ରାଉନ ସୁଗାର ଜବତ କରାଯାଇଛି। ଏହାପରେ ତାକୁ ଗିରଫ କରାଯିବା ସହ କେଉଁଠୁ ସେ ଏତେ ପରିମାଣରେ ବ୍ରାଉନ ସୁଗାର ଆଣି କାରବାର ଚଳାଉ ଥିଲେ ଏହାର ତଦନ୍ତ କରୁଛି ଅବକାରୀ ବିଭାଗ।





