Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ୟୁସନ ଯାଇ ଘରକୁ ନଫେରି ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

by ସଞ୍ଜୟ ସ୍ୱାଇଁ
September 4, 2022
in Crime, State
ଟ୍ୟୁସନ ଯାଇ ଘରକୁ ନଫେରି ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
181
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଉତଙ୍ଗରା ପଞ୍ଚାୟତ ବରିକୁଳ ଗାଁର ଅମ୍ରିତା ଦାସ ସବୁଦିନ ପରି ଗତକାଲି ନିକଟସ୍ଥ ଗାଁ ବାବଲପୁର ଟ୍ୟୁସନ ପାଇଁ ଯାଇଥିଲେ । ସନ୍ଧ୍ୟା ୬ ଟା ବେଳେ ଟ୍ୟୁସନ୍ ଛୁଟି ପରେ ବି ଅମ୍ରିତା ଘରକୁ ନଫେରିବାରୁ ପରିବାର ଲୋକ ସନ୍ଦେହ କରିଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଝିଅର ମୃତ ଦେହ ଘରଠାରୁ ଦୁଇ କିଲୋମିଟର ଦୂରରେ ଏକ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଅନ୍ୟପଟେ କିଛି ଅସାମାଜିକ ଯୁବକ ଅମ୍ରିତାଙ୍କୁ କମେଣ୍ଟ ମାରିବା ପରେ ସେମାନଙ୍କ ସହ ଅମ୍ରିତାଙ୍କ ପାଟିତୁଣ୍ଡ ହୋଇଥିଲା । ଅସାମାଜିତ ଯୁବକମୋନ ଅମ୍ରିତାଙ୍କୁ ଧମକ ଦେବାସହ ତୋତେ ଦେଖିଦେବୁ କହିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ପରିବାର ଲୋକ ଦଶରଥପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଯାଏଁ ତଦନ୍ତ ଆରମ୍ଭ କରିନଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଟ୍ୟୁସନ୍‌କୁ ଆସିଥିବା ନବମ ଶ୍ରେଣୀ ଛାତ୍ରୀ ଅମ୍ରିତାଙ୍କ ମୃତଦେହ ଏକ ପୋଖରୀ ନିକଟରୁ ଉଦ୍ଧାର କରାଯାଇଥିଲା । ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିନଥିବା ବେଳେ କେହି ତାକୁ ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଅନ୍ୟପଟେ ଅମ୍ରିତାଙ୍କ ବାପା କେନ୍ଦୁଝରର ଏକ ଖଣିରେ କାର୍ୟ୍ୟ କରନ୍ତି । ଏଥି ପାଇଁ ଅମୂଲ୍ୟ କେନ୍ଦୁଝରରେ ରହୁଥିବା ବେଳେ ଗାଁରେ ପତ୍ନୀ ଓ ଦୁଇଝିଅ ରହୁଥଲେ । ଅମ୍ରୁତା ପ୍ରତିଦିନ ମଙ୍ଗଳପୁର ଥାନା ନନ୍ଦିପୁର ଗ୍ରାମର ଶିକ୍ଷକଙ୍କ ନିକଟକୁ ଟ୍ୟୁସନ ହେବାକୁ ସାଇକେଲ ଯୋଗେ ଯା’ନ୍ତି । ପ୍ରତିଦିନ ଭଳି ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସେ ସାଇକେଲରେ ଟ୍ୟୁସନ ଆସିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଟ୍ୟୁସନ ଛୁଟି ହେବାରୁ ସେ ଘରକୁ ଫେରିଥିଲେ । ବାଟରେ ସେ ନନ୍ଦିପୁର ବଜାରରେ ଅଟକି ବହି କିଣିଥିଲେ । ତେବେ ବର୍ଷା ହେବାରୁ ସେ ନିକଟସ୍ଥ ଦୋକାନରୁ ଏକ ଜରି ମାଗି ଆଣି ମୁଣ୍ଡରେ ଦେଇ ଘରକୁ ଫେରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଏପଟେ କିନ୍ତୁ ଦୀର୍ଘ ସମୟ ପରେ ବି ଅମ୍ରୁତା ଘରେ ପହଞ୍ଚିନଥିଲେ । ଝିଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ରାତି ପ୍ରାୟ ୯ଟା ସମୟରେ ନନ୍ଦିପୁର ବଜାର ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ପୋଖରୀରେ ଅମ୍ରୁତାର ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ନିକଟରେ ସାଇକେଲ୍‌ ନଥିବା ବେଳେ ବ୍ୟାଗ୍‌ ପଡିଥିଲା । ପରିବାର ଲୋକେ ସଙ୍ଗେସଙ୍ଗେ ଅମ୍ରୁତାଙ୍କ ମୃତଦେହକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!