ଫୁଲବାଣୀ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ସାରିଙ୍ଗିରିପି ଗାଁର ଜଣେ ବିବାହିତ ମହିଳା ନିଜର ଦୁଇଟି ସନ୍ତାନ ଓ ସ୍ୱାମୀଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏନେଇ ଦାରିଙ୍ଗିବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି। ସାରିଙ୍ଗିରିପି ଗାଁର ଅମୀନ ପ୍ରଧାନଙ୍କ ପୁଅ ରାଉତ ପ୍ରଧାନ ୧୦ ବର୍ଷ ପୂର୍ବରୁ ବାଡ଼ାପାଙ୍ଗା ଗାଁର ପୁର୍ଣ୍ଣ ନାୟକଙ୍କ ଝିଅ ରାନୀ ନାୟକଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ। ବେଶ ହସଖୁସିରେ ତାଙ୍କ ସଂସାର ଚାଲିଥିଲା ଓ ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଥିଲେ। ପରେ ରାଉତ ଦାଦନ ଖଟିବାକୁ କେରଳ ଯାଇଥିଲେ। କେରଳରେ ରହି ଦିନ ମଜୁରୀ କରି ଯାହା ରୋଜଗାର କରନ୍ତି ନିଜ ଖର୍ଚ୍ଚ ରଖି ବଳକା ଟଙ୍କାକୁ ନିଜ ସ୍ତ୍ରୀ ରାନୀଙ୍କ ପାଖକୁ ପଠାନ୍ତି ସେହି ଅର୍ଥରେ ରାନୀ ନିଜର ଦୁଇ ଛୁଆଙ୍କ ସମେତ ଶାଶୁଙ୍କ ଦାଇତ୍ୱ ମଧ୍ୟ ନେଉଥିଲେ । କେରଳରେ ୩ ବର୍ଷ ରହିବା ଭିତରେ ଯାହା ରୋଜଗାର କରିଥିଲେ ରାଉତ ସମସ୍ତ ଟଙ୍କା ରାନୀଙ୍କୁ ଦେଉଥିଲେ। ହଠାତ ଅଗଷ୍ଟ ୧୦ରେ ରାନୀ ନିଜର ୬ ବର୍ଷର ଝିଅ ଏବଂ ୩ ବର୍ଷର ପୁଅକୁ ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି।ଏହା ଜାଣିବା ପରେ ରାଉତ ଜାଣି କେରଳରୁ ଫେରିଥିଲେ। ପରେ ରାଉତ ଶଶୁର ଘର ବାଡ଼ାପାଙ୍ଗାକୁ ଆସି ରାନୀଙ୍କୁ ଖୋଜିଥିଲେ। ହେଲେ ରାନୀ ଅଗଷ୍ଟ ୧୦ରେ ଆସି ୧୧ ତାରିଖ ସକାଳୁ ଚାଲି ଯାଇଛନ୍ତି ବୋସି ରାଉତଙ୍କ ଶଶୁର କହିଛନ୍ତି। ରାନୀଙ୍କ ମୋବାଇଲ ସୁଇଚଅଫ ଥିବା ବେଳେ ବହୁ ଖୋଜାଖୋଜି ପରେ ମଧ୍ୟ ରାନୀଙ୍କ ପତ୍ତା ମିଳିମନାହିଁ। ଏନେଇ ପରିବାର ପକ୍ଷରୁ ଦାରିଙ୍ଗିବାଡ଼ି ଥାନାରେ ଅଭିଯୋଗ ହୋଇଛି। ସେପଟେ ଦୁଇ ଶିଶୁ ମାର ଫେରିବା ବାଟକୁ ଚାହିଁ ରହିଛନ୍ତି। ରାନୀ ପ୍ରେମ କରି ପ୍ରେମିକ ସହ କେଉଁଆଡ଼େ ଚାଲି ଯାଇଥାଇ ପାରନ୍ତି କମ୍ୱା ତାଙ୍କୁ କେହି ଅପହରଣ କରି ନେଇଛନ୍ତି ସେ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି।





