Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ଟଙ୍କା ଓ ମୋବାଇଲ

by ସଞ୍ଜୟ ସ୍ୱାଇଁ
September 3, 2022
in Crime, State
ମହିଳା ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ଟଙ୍କା ଓ ମୋବାଇଲ
116
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଶାନ୍ତ ହୋଇପଡ଼ିଛି ରାଜଧାନୀ। କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଚଲାଇଛନ୍ତି ଦମନ ଲୀଳା। କେଉଁଠି ହତ୍ୟାକାଣ୍ଡ ଘଟାଉଛନ୍ତି ତ ଆଉ କେଉଁ ଠି ଲୋକଙ୍କ ପାଖରୁ ଖଣ୍ଡା ଓ ଛୁରି ଦେଖାଇ ଟଙ୍କା ପଇସା ଲୁଟି ନେଇଯାଉଛନ୍ତି। ଗତକାଲି ରାଜଧାନୀ ଛାତି ଉପରେ ସମାନ ଘଟଣା ଘଟି ଯାଇଛି। ଜଣେ ମହିଳା ବ୍ୟବସାୟୀଙ୍କୁ ଖଣ୍ଡା ଛୁରି ଦେଖାଇ ଟଙ୍କା,ମୋବାଇଲ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି ଲୁଟେରା। ଏଭଳି ଘଟଣା ଭୁବନେଶ୍ୱର ସ୍ଥିତ ଝାରପଡ଼ା ଗୋଲେଇ ଛକରେ। ମହିଳା ଜଣଙ୍କ ହେଲେ ହଳଦୀ ପଡିଆ ବସ୍ତିର ଲଳିତା ଜେନା। ଲଳିତା ପରିବା ବ୍ୟବସାୟ କରନ୍ତି। ପ୍ରତିଦିନ ରାତି ପ୍ରାୟ ୩ଟା ସମୟରେ ସେ ୪ ନମ୍ବର ବଜାରକୁ ପରିବା ଆଣିବାକୁ ଯାଆନ୍ତି। ସକାଳେ ବଜାରରେ ପରିବା ବିକ୍ରି କରି ପରିବାର ପୋଷଣ କରନ୍ତି। ଗତକାଲି ମଧ୍ୟ ସେ ପରିବା ପାଇଁ ୪ ନମ୍ବର ବଜାରକୁ ଯାଉଥିଲେ। ଏହି ସମୟରେ ଝାରପଡ଼ା ଗୋଲେଇ ଛକ ଓଭର ବ୍ରିଜ ଉପରେ ୬ଜଣ ଲୁଟେରା ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ତାଙ୍କ ବେକରେ ଖଣ୍ଡା ଛୁରି ଲଗାଇ ତାଙ୍କ ସ୍କୁଟି ନେଇଯିବା ସହ ଟଙ୍କା, ମୋବାଇଲ,ଏଟିଏମ୍ କାର୍ଡ ଲୁଟି ନେବାକୁ ଉଦ୍ୟମ କରିଥିଲେ। ଲଳିତା ଏନେଇ ଜୋରରେ ପାଟି କରିଥିଲେ। ଓଭର ବ୍ରିଜ ନିକଟରେ ଠିଆ ହୋଇଥିବା ୨ଜଣ ପୁଲିସ କର୍ମଚାରୀ ଲଳିତାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ଲୁଟେରାମାନେ ଲଳିତାଙ୍କ ସ୍କୁଟି ଛାଡ଼ି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ତାଙ୍କ ବ୍ୟାଗରେ ୮୦୦୦ ଟଙ୍କା ସହ ମୋବାଇଲ, ଏଟିଏମ୍ କାର୍ଡ ଓ ପାନକାର୍ଡ ଥିବା ଲଳିତା କହିଛନ୍ତି। ଏନେଇ ଲଳିତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇବା ସହ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!