Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏମ ଲୁଟ୍‌ ଘଟଣାରେ ୭ ଗିରଫ, ନଗଦ ଟଙ୍କା ସହ ମାରଣାସ୍ତ୍ର ଏବଂ ଗାଡି ଜବତ

by ସଞ୍ଜୟ ସ୍ୱାଇଁ
September 2, 2022
in Crime, State
ଏଟିଏମ ଲୁଟ୍‌ ଘଟଣାରେ ୭ ଗିରଫ, ନଗଦ ଟଙ୍କା ସହ ମାରଣାସ୍ତ୍ର ଏବଂ ଗାଡି ଜବତ
49
VIEWS
Share on FacebookShare on Twitter

ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ଏଟିଏମ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ। ଗତ ୨୫ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଠାରେ SBI ATM ମେସିନ ଲୁଟ୍‌ ଘଟଣାରେ ପୋଲିସ ସାତ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ବିଳମ୍ବିତ ରାତିରେ ଏଟିଏମ ମେସିନ ଉଠାଇ ନେଇ ସେଥିରେ ଥିବା ମୋଟ ୫ ଲକ୍ଷ ଟଙ୍କା ଲୁଟିନେଇ ଥିଲେ ଦୁର୍ବୃତ୍ତ। ଘଟଣାକୁ ନେଇ ଧର୍ମଶାଳା ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କ ପାଖରେ ପହଁଚିବାରେ ସକ୍ଷମ ହୋଇଥିଲା ପୋଲିସ୍। ଏହି ଘଟଣାରେ ମୋଟ ସାତ ଜଣକୁ ଗିରଫ କରିଛି ଧର୍ମଶାଳା ପୋଲିସ। ସାତ ଜଣଙ୍କ ମଧ୍ୟରେ ପାଞ୍ଚ ଜଣ ରାଜସ୍ଥାନର ହୋଇଥିବା ଦୁଇ ଜଣ ଓଡିଶାର। ଏମାନଙ୍କ ନିକଟରୁ ଦୁଇଟି କାର, ନଗଦ ୩,୬୮୦୦୦ ଟଙ୍କା ଏବଂ ମାରଣାସ୍ତ୍ର ଜବତ କରିଛି ପୋଲିସ। ଅନ୍ୟପଟେ ଏଟିଏମରୁ ଟଙ୍କା ନେଇ ମେସିନକୁ ଯାଜପୁର ରୋଡ଼ ଏକ ବାମ୍ଫିରେ ପକାଇ ଦେଇଥିଲେ। ଯାହାକୁ ଆଜି ଧର୍ମଶାଲ ପୋଲିସ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ଏ ନେଇ ଘଟଣା ର ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସପି ରାହୁଲ ପି ଆର, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!