ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନ ତାଜା ସୂଚନା । ଜିଲ୍ଲା କୃଷି ଅଧିକାରୀଙ୍କ ଗାଡ଼ିରୁ ଚୋରି ହୋଇଥିବା ଜଣାପଡିଛି । ଏନେଇ କାର୍ୟ୍ୟାଳୟ ପକ୍ଷରୁ ଥାନାରେ ଅଭିଯୋଗ ହେବାର ରହିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା କୃଷି କାର୍ୟ୍ୟାଳୟ ସମ୍ମୁଖରେ ଜିଲ୍ଲା କୃଷି ଅଧିକାରୀଙ୍କ ଗାଡ଼ି ନଂ (ଓଡି ୨୫ଜି ୭୨୭୭) ମହେନ୍ଦ୍ରା ବୋଲେରୋ ଗାଡ଼ି ଥୁଆ ହୋଇଥିଲା । ତେବେ ଦୁଇ ଦିନ ଧରି କାର୍ୟ୍ୟାଳୟ ଛୁଟି ଥିବାର ସୁଯୋଗ ନେଇ କିଛି ଦୃବୁତ ଡ୍ରାଇଭର ଡୋର ଲକ୍ ଭାଙ୍ଗିବା ସହ ବନେଟ ଭାଙ୍ଗି ଗାଡ଼ିରୁ ବ୍ୟାଟେରୀ ଚୋରୀ କରି ନେଇଥିବା ଜଣାପଡ଼ିଛି । ତେବେ ଆଜି ସକାଳୁ କର୍ମଚାରୀ କାର୍ୟ୍ୟାଳୟକୁ ଆସିଲା ପରେ ଗାଡ଼ିରୁ ବ୍ୟାଟେରୀ ଚୋରୀ ହୋଇଥିବା ଜଣାପଡିଛି । ସେପଟେ ଗାଡ଼ିର ମାଲିକ କାର୍ୟ୍ୟାଳୟରେ ପହଞ୍ଚି ଜିଲ୍ଲା କୃଷି ଅଧିକାରୀଙ୍କ ସହ ଆଲୋଚନା କରି ଥାନାରେ ଅଭିଯୋଗ କରିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।





