କଳାହାଣ୍ଡି, (ବାଘୁଆବାର୍ତ୍ତା): ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। କଳାହାଣ୍ଡି ଜିଲ୍ଲା ବାହାଦୂର ପଦର ଗ୍ରାମର କିଛି ଯୁବକ ମଦ ପିଇ ସେହି ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣ କରିବା ବେଳର ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୂରି ବୁଲୁଛି। ଆହତ ଯୁବକଙ୍କୁ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ବାହାଦୂର ପଦର ଗ୍ରାମର ପୂର୍ବତନ ନାଏବ ସରପଞ୍ଚ ତାଙ୍କର ସହଯୋଗୀଙ୍କ ସହ ମିଶି ସେହି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ପୁଅ ତୁଷାର ବାଗଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ତୁଷାର ବାଗ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ କେସିଙ୍ଗା ପୋଲିସ ଗିରଫ କରିଥିବା ବେଳେ ଅନ୍ୟ କିଛି ଲୋକ ଏବେବି ବାହାରେ ବୁଲୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପୂର୍ବ ଶତ୍ରୁତା ଯୋହୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରି ଉଚିତ୍ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।





