Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋନାଲିଙ୍କୁ କେଉଁ ଡ୍ରଗ୍ସ ଦିଆଯାଇଥିଲା ଖୁଲାସା କଲା ଗୋଆ ପୁଲିସ

by ସଞ୍ଜୟ ସ୍ୱାଇଁ
August 28, 2022
in Crime, NATIONAL NEWS
ସୋନାଲିଙ୍କୁ କେଉଁ ଡ୍ରଗ୍ସ ଦିଆଯାଇଥିଲା  ଖୁଲାସା କଲା ଗୋଆ ପୁଲିସ
111
VIEWS
Share on FacebookShare on Twitter

ପାଣାଜୀ, (ବାଘୁଆବାର୍ତ୍ତା): ପ୍ରଥମେ ହୃଦ୍‌ଘାତ, ତା’ପରେ ହତ୍ୟା ଆଉ ଏବେ ଡ୍ରଗ୍ସ। ବିଜେପି ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗଟଙ୍କ ମୃତ୍ୟୁ ଉପରୁ ଏବେ ଧୀରେ ଧୀରେ ହଟିବାରେ ଲାଗିଛି ପରଦା। ଗୋଆ ପୁଲିସ ସୋନାଲିଙ୍କ ମୃତ୍ୟୁ ମାମଲାକୁ ନେଇ ଏକ ବଡ ଖୁଲାସା କରିଛି। ଗୋଆ ପୁଲିସ ମୁତାବକ, ସୋନାଲିଙ୍କୁ ମୃତ୍ୟୁ ପୂର୍ବରୁ ‘ମେଥାମଫେଟାମାଇନ୍‌’ ନାମକ ଡ୍ରଗ୍ସ ଦିଆଯାଇଥିଲା। ଅଞ୍ଜୁନାର କର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲିଙ୍କୁ ଯେଉଁ ମାଦକ ପଦାର୍ଥ ଦିଆଯାଇଥିଲା ସେଥରୁ ବଳକା ଅଂଶ ରେଷ୍ଟୁରାଣ୍ଟର ୱାଶରୁମ୍‌ରୁ ଜବତ କରାଯାଇଛି। ପୁଲିସ ଏପର୍ୟ୍ୟନ୍ତ ଫୋଗଟଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ, ଅନ୍ୟ ସହଯୋଗୀ ସୁଖୱିନ୍ଦର ସିଂହ, ରେଷ୍ଟୁରାଣ୍ଟ ମାଲିକ ଏଡୱିନ୍ ନ୍ୟୁନ୍ସ ଏବଂ ଡ୍ରଗ୍ ପେଡଲର୍‌ ଦତ୍ତା ପ୍ରସାଦ ଗାଁବକରଙ୍କୁ ଗିରଫ କରିଛି। ସିଂହ ଏବଂ ସାଙ୍ଗୱାନଙ୍କ ଉପରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଗାଁବକର ଓ ନ୍ୟୁନ୍ସଙ୍କ ବିରେଧରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗତକାଲି ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଭିଡିଓ କ୍ଲିପ୍‌ ସାମ୍ନାକୁ ଆସିଥିଲା। ଏଥିରେ ତାଙ୍କୁ କ୍ଲବ ଭିତରେ ଡ୍ୟାନ୍ସ ଫ୍ଲୋର୍‌ରେ ମଦ ପିଇବା ପାଇଁ ବାଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା। ପୁଲିସ ତରଫରୁ କୁହାଯାଇଛି ଯେ ପିଏ ସୁଧୀର ସାଙ୍ଗୱାନ ସୋନାଲି ଫୋଗଟଙ୍କୁ ଜବରଦସ୍ତ “କିଛି ପଦାର୍ଥ” ଦେଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ପୁଲିସର ସୂଚନାନୁସାରେ, ସହଯୋଗୀମାନେ ତାଙ୍କୁ ମୃତ୍ୟୁ ପୂର୍ବରୁ ହୋଟେଲ ଗ୍ରାଣ୍ଡ ଲିଓନି ନେଇଯାଇଥିଲେ। ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ତଥା ଡ୍ରଗ୍ସ ପେଡଲରଙ୍କୁ ଶନିବାର ଗୋଆ ପୁଲିସ ଗିରଫ କରିଥିଲା। ଏହି ଦୁଇ ଅଭିଯୁକ୍ତ ମାଦକ ପଦାର୍ଥ କିଣିଥିବା ନେଇ ସ୍ୱୀକାର କରିଥିଲେ। ଏହାପରେ ସନ୍ଦିଗ୍ଧ ଡ୍ରଗ୍ସ ଚୋରା ଚାଲାଣକାରୀ ଦତ୍ତପ୍ରସାଦ ଗାଁବକରଙ୍କୁ ଅଞ୍ଜୁନାରୁ ଗିରଫ କରାଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!