Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସ୍‌ଆଇଙ୍କ ଆତ୍ମହତ୍ୟା ମାମଲା, ଆଇଆଇସିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଭାଇ ଓ ମାଆ

by ସଞ୍ଜୟ ସ୍ୱାଇଁ
August 27, 2022
in Crime, State
ଏସ୍‌ଆଇଙ୍କ ଆତ୍ମହତ୍ୟା ମାମଲା, ଆଇଆଇସିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଭାଇ ଓ ମାଆ
229
VIEWS
Share on FacebookShare on Twitter

ବାଲିଗୁଡ଼ା, (ବାଘୁଆବାର୍ତ୍ତା): ଆଇଆଇସିଙ୍କ ହାରସ୍‌ମେଣ୍ଟରୁ ଏସ୍‌ଆଇଙ୍କ ଆତ୍ମହତ୍ୟା। ଅଭିଯୋଗ ଆଣିଲେ ମୃତ ଏସ୍‌ଆଇ ଭାଇ। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଆଦର୍ଶ ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରା ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଆସିଛି ଏଭଳି ଟୁଇଷ୍ଟ। ଜି. ଉଦୟଗିରି ଆଇଆଇସି ମେଣ୍ଟାଲ ହାରାସ କରୁଥିଲେ ବୋଲି ସାଗରିକାଙ୍କ ଭାଇ ମନୋରଞ୍ଜନ ବେହେରା ଓ ମା’ ଉଷାରାଣୀ ବେହେରା ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ତେବେ ଏ ନେଇ ସାଗରିକଙ୍କ ପରିବାର ଲୋକଙ୍କ ସହ ଅଲୋଚନା ବେଳେ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି ଜି. ଉଦୟଗିରି ଏସ୍‌ଡିପିଓ ଡି. ଟିରୁପତି ରାୟ। ସାଗରିକାଙ୍କ ଭାଇ ମନୋରଞ୍ଜନ କହିଛନ୍ତି, ଭଉଣୀ ଉପରେ କାମର ଚାପ ଥିଲା। ଭଉଣୀ ଫୋନ୍ କରି କାନ୍ଦେ। ହଇରାଣ କରାଯାଉଥିବା କହେ। ଜି. ଉଦୟଗିରି ଆଇଆଇସି ମେଣ୍ଟାଲ ହାରାସ ସହ ଗାଳିଗୁଲଜ କରୁଥିବା କହେ। କାମ ନ ଆସିଲେ ଚାକିରି ଛାଡ଼ି ଦେବାକୁ ଧମକ ଦେଉଥିବା କହେ। ଗତକାଲି ରାତିରେ ଫୋନ୍ କରି ଭଉଣୀ କାନ୍ଦିଥିଲା। ଆଉ ବଞ୍ଚିବିନି କହିଥିଲା। ଆଜି ସକାଳୁ ଫୋନ୍ କରିବା ବେଳେ ଆଉ ସେ ଫୋନ୍ ଉଠାଇ ନ ଥିଲା। କିଛି ସମୟ ପରେ ତାର ମୃତ୍ୟୁ ଖବର ମିଳିଥିଲା। ତେଣୁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ମନୋରଞ୍ଜନ। ସେହିପରି ସାଗରିକାଙ୍କ ମା’ ଉଷାରାଣୀ କହିଛନ୍ତି, ଝିଅକୁ ଦୁଇଦିନ ତଳେ ଫୋନ୍ କରିଥିଲେ। ଭଲମନ୍ଦ ପଚରାରିବା ବେଳେ ଝିଅ ମନ ଦୁଃଖ କରିଥିଲା। ଥାନା ଅଧିକାରୀ ହରାସ କରୁଥିବା କହିଥିଲା। ସେ ଏହାର ପ୍ରତିବାଦ କରିପାରୁ ନ ଥିବା ମଧ୍ୟ ଜଣାଇଥିଲା। ତେଣୁ ଏହି ଘଟଣାର ତଦନ୍ତ କରି ନ୍ୟାୟ ଦିଆଯାଉ। ସୂଚନା ଥାଉକି, ସାଗରିକା ଦେଢ଼ ବର୍ଷ ହେବ ଜି. ଉଦୟଗିରି ଥାନାରେ ସବ୍ଇନ୍ସପେକ୍ଟର ଭାବେ କାର୍ୟ୍ୟରେ ଯୋଗ ଦେଇଥିଲେ। ସେ ସରକାରୀ ବାସଭବନରେ ଏକୁଟିଆ ରହୁଥିଲେ। ଏହି ସରକାରୀ ବାସଭବନରୁ ତାଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଥିଲା। ସେପଟେ ଏଭଳି ଅଭିଯୋଗ ଆସି ନ ଥିବା କହିବା ସହ ସାଗରିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା କହିଛନ୍ତି ଜି. ଉଦୟଗିରି ଏସ୍‌ଡିପିଓ ଡି. ଟିରୁପତି ରାୟ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!