Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୁଲିସ, ମହିଳାଙ୍କ ତଣ୍ଟି ଚିପି ମାରିବା ପରେ ମୁଣ୍ଡ, ହାତ ଓ ଗୋଡ କାଟି ଦେଇଥିଲେ ଅଭିଯୁକ୍ତ

by ସଞ୍ଜୟ ସ୍ୱାଇଁ
August 27, 2022
in Crime, State
ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୁଲିସ, ମହିଳାଙ୍କ ତଣ୍ଟି ଚିପି ମାରିବା ପରେ ମୁଣ୍ଡ, ହାତ ଓ ଗୋଡ କାଟି ଦେଇଥିଲେ ଅଭିଯୁକ୍ତ
104
VIEWS
Share on FacebookShare on Twitter

ଉଦଳା, (ବାଘୁଆବାର୍ତ୍ତା): ଜଘନ୍ୟ, ବୀଭତ୍ସ ଏବଂ ଲୋମଟାଙ୍କୁରା ହତ୍ୟାକାଣ୍ଡ । ପ୍ରଥମେ ତଣ୍ଟି ଚିପି ପିଟିପିଟି ହତ୍ୟା କଲେ, ପରେ ମୃତଦେହ ନଦୀରେ ଫୋପାଡ଼ି ଦେଲେ । ଯେତେବେଳେ ମୃତଦେହ ମିଳିଲା ସେତେବେଳେ ପ୍ରମାଣ ନଷ୍ଟ କରିବା ପାଇଁ ଅତି ବୀଭତ୍ସ ଭାବେ ହାତ, ମୁଣ୍ଡ, ଗୋଡ଼ କାଟି ଅଲଗା କରି ଶରୀରକୁ ନେଇ ଲୁଚାଇ ଦେଇଥିଲେ ଅଭିଯୁକ୍ତ । ନିଖୋଜ ମହିଳାଙ୍କୁ ଖୋଜୁ ଖୋଜୁ ପୋଲିସ ସାମ୍ନାକୁ ଆସିଲା ସାଙ୍ଘାତିକ ଏବଂ ଜଘନ୍ୟ ହତ୍ୟାକାଣ୍ଡର ଚିତ୍ର ।ଯାହା ଆପଣଙ୍କ ଛାତି ଥରାଇ ଦେବ । ଏଭଳି ଲୋମ ଟାଙ୍କୁରା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଗୁଣ୍ଡୁରୀସାହି ଗ୍ରାମର ମୋଖି ସିଂ ନିଖୋଜ ଥିବା ନେଇ ଗତ ୨୦ ତାରିଖରେ ତାଙ୍କ ପୁଅ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ । ଛାନଭିନ ବେଳେ ଦୋ ମୁହାଣୀ ନାଳ ନିକଟରୁ ମୋଖିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । କେବଳ ମୋଖିଙ୍କ ମୁଣ୍ଡ, ହାତ ଏବଂ ଗୋଡ଼ ରହିଥିଲା । ଏହି ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ଏହା ଏକ ଜଘନ୍ୟ ଏବଂ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସକୁ ସୁରାକ ମିଳିଥିଲା । ଏହା ପରେ ମୋଖିଙ୍କ ଶରୀରକୁ ହାଣି ଦିଆ ଯାଇଥିବା ବେଳେ ଶରୀରର କଟା ଯାଇଥିବା ଅଂଶକୁ ନାଳ ନିକଟରେ ପଥର ବାନ୍ଧି ଲୁଚାଇ ରଖିଥିଲେ ଅଭିଯୁକ୍ତ । ପୋଲିସ ଅବଶିଷ୍ଟ ମୃତଦେହ ଜବତ କରିବା ପରେ ଏହି ଘଟଣାର ପର୍ଦାଫାଶ ହୋଇଛି । ଏହି ଘଟଣାରେ ମୋଟ୍ ୧୦ ଜଣ ଅଭିଯୁକ୍ତ ରହିଥିବା ବେଳେ ୯ ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ ଜଣେ ଫେରାର ରହିଛି । ଗିରଫଙ୍କ ମଧ୍ୟରେ ମୃତ ମୋଖିଙ୍କ ପୁତୁରା ସାମିଲ ଥିବା ବେଳେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି । ତେବେ ମୁଖ୍ୟ ଅଭିଯୁକ୍ତ ରାୟା ସିଂ ଯାମଦା ସହିତ ମୋଖିଙ୍କର ପୂର୍ବରୁ ବିଲରେ ହିଡ଼ କାଟିବାକୁ ନେଇ ବିବାଦ ରହି ଆସିଥିଲା । ଯାହାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କୁରାଢ଼ୀ, କଟୁରୀ ଏବଂ ବାଉଁଶ ଜବତ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!