Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋନାଲି ମୃତ୍ୟୁ ମାମଲା: ବାଥରୁମ୍‌ରୁ ଡ୍ରଗ୍ସ ମିଳିଲା, କ୍ଲବ ମାଲିକ ଗିରଫ

by ସଞ୍ଜୟ ସ୍ୱାଇଁ
August 27, 2022
in Crime, NATIONAL NEWS
ସୋନାଲି ମୃତ୍ୟୁ ମାମଲା: ବାଥରୁମ୍‌ରୁ ଡ୍ରଗ୍ସ  ମିଳିଲା, କ୍ଲବ ମାଲିକ ଗିରଫ
107
VIEWS
Share on FacebookShare on Twitter

ପାଣାଜୀ, (ବାଘୁଆବାର୍ତ୍ତା): ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ରହସ୍ୟ ଉପରୁ ଉଠୁଛି ଧୀରେ ଧୀରେ ପରଦା। ଏହି ମାମଲାରେ ବଡ ଆକ୍ସନ ନେଇ ପୁଲିସ ଗୋଆର କର୍ଲା କ୍ଲବ ମାଲିକକୁ ଗିରଫ କରିଛି। ଏଥିସହ ଏହି କ୍ଲବର ବାଥରୁମ୍‌ରୁ ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସୋନାଲି ମୃତ୍ୟୁ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ, ସୁଖବିନ୍ଦର ସିଂହ, କର୍ଲା କ୍ଲବ୍‌ ମାଲିକ ଓ ଜଣେ ଡ୍ରଗ୍ସ ପେଡଲର ଅଛନ୍ତି। ଗୋଆ ପୁଲିସ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି ଯେ ସୋନାଲି ଫୋଗଟ୍‌ ଡ୍ରଗ୍‌ ନେଇଥିଲେ। ସୋନାଲିଙ୍କୁ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି। ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ ନିକଟରେ କହିଛନ୍ତି ଯେ ସୋନାଲୀଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଏହା ପରେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛୁ। ସୁଧୀର ଓ ସୁଖବିନ୍ଦରଙ୍କ ସହ ସୋନାଲିଙ୍କ ସହ ୨୨ ଅଗଷ୍ଟରେ ଗୋଆ ଯାଇଥିଲେ। ସେଠି କ୍ଲବରେ ସୁଧୀର ଏକ ବୋତଲ ଜରିଆରେ ସୋନାଲିଙ୍କୁ କିଛି ପିଆଇଥିଲେ। କିନ୍ତୁ ଟିକ୍‌ଟକ୍‌ ଷ୍ଟାର ତାହା ପିଇବାକୁ ମନା କରିବା ସତ୍ତ୍ୱେ ତାଙ୍କୁ ଜବରଦସ୍ତି ପିଇବାକୁ ଦିଆଯାଇଥିବା ଜବତ ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ସୋନାଲିଙ୍କୁ ବୋତଲ ସାହାଯ୍ୟରେ ଡ୍ରଗ୍ସ ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ଏଥିପାଇଁ ପୁଲିସ କେମିକାଲ ଯାଞ୍ଚ କରିବା ପାଇଁ ଚିନ୍ତା କରୁଛି। ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ଖବର ପ୍ରକାଶ ପାଇଥିଲା। ସୋନାଲି ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠ୍ରାେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ପରିବାର ଲୋକ କିନ୍ତୁ ଏହା ମାନିବାକୁ ରାଜି ନଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!