ଧର୍ମଗଡ, (ବାଘୁଆବାର୍ତ୍ତା): ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ୍ୟୁଦେହ ଠାବ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କିରକାକାନୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଦୁଇ ଜଣ ଏହି ଗାଁର ହୋଇଥିବା ବେଳେ ଗତକାଲି ଠାରୁ ଦୁଇ ଜଣ ଘରୁ ଚାଲିଯାଇଥିଲେ । ଗତକାଲି ରାତିରୁ ଦୁଇ ପରିବାର ଦୁଇ ଜଣଙ୍କୁ ଖୋଜାଖୋଜି କରିଥିଲେ ହେଲେ କୋଣସି ସନ୍ଧାନ ପାଇ ନ ଥିଲେ । ଆଜି ସକାଳୁ ଗାଁର କିଛି ଲୋକ ଝୁଲନ୍ତା ଅବସ୍ଥାରେ ଦୁଇ ଜଣକୁ ଦେଖି ଦୁଇ ପରିବାରକୁ ଖବର ଦେବା ସହିତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।





