କଳାହାଣ୍ଡି, (ବାଘୁଆବାର୍ତ୍ତା): ଜଙ୍ଗଲ ଭିତରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମଦନପୁର ପାଖ ସୁନାମୁଖୀ ଜଙ୍ଗଲରୁ ଆଜି ସକାଳୁ ଏକ ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଶବଟି ମୁଣ୍ଡ ବିହୀନ ଓ ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ପାଖରେ ରକ୍ତ ଛିଟା ମଧ୍ୟ ପଡିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ ହେଉଛି। ତେବେ ଶବଟିର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ କରାଯିବ ବୋଲି ମଦନପୁର ରାମପୁର ଆଇଆଇସି ସୂଚନା ଦେଇଛନ୍ତି। ଦିନେ କି ଦୁଇ ଦିନ ଆଗରୁ ଘଟଣା ଘଟିଥିବା ସନ୍ଦେହ ହେଉଛି।





