ପାଣାଜି, (ବାଘୁଆବାର୍ତ୍ତା): ବିଗ୍ବୋସ୍ର ପ୍ରତିଯୋଗୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ଘଟଣାରେ ଗୋଆ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇଜଣଙ୍କ ପରିଚୟ ସୁଧୀର ସାଗୱାନ ଓ ସୁଖବିନ୍ଦର ବାସୀ ବୋଲି ଜଣାପଡ଼ିଛି। ସୁଧିର ସାଗୱାନ ସୋନାଲି ଫୋଗଟ୍ଙ୍କ ବ୍ୟକ୍ତିଗତ ସହାୟକ ହୋଇଥିବା ବେଳେ ସେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସେନାଲିଙ୍କ ଭାଇ ରିଙ୍କୁ ଢାକା ସୁଧିର ଓ ସୁଖବିନ୍ଦରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସୋନାଲିଙ୍କ ମୃତଦେହକୁ ଗୁରୁବାର ବ୍ୟବଚ୍ଛେଦ କରାଯାଇଛି। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରେ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ସୋନାଲିଙ୍କ ଶରୀରରେ ଆଘାତ ହୋଇଥିବାର ଚିହ୍ନ ରହିଥିଲା। ସୋନାଲିଙ୍କ ସମ୍ପର୍କୀୟଙ୍କ ମତରେ ଶବ ବ୍ୟବଚ୍ଛେଦ ପରେ ସୁଧୀର ବାଗବାନ ଓ ସୁଖବିନ୍ଦର ବାସିଙ୍କ ବିରୋଧରେ ଆଇପିସି ଧାରା ୩୦୨ (ହତ୍ୟା) ଅଧୀନରେ ଅଭିଯୋଗ ଦାଖଲ କରାଯାଇଥିଲା।





