Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକ ନାମରେ କଳଙ୍କ, ଦୁଷ୍କର୍ମ ଅଭିଯୋଗ ଆଣିଲେ ୪ ଛାତ୍ରୀ

by ସଞ୍ଜୟ ସ୍ୱାଇଁ
August 25, 2022
in Crime, State
ଶିକ୍ଷକ ନାମରେ କଳଙ୍କ, ଦୁଷ୍କର୍ମ ଅଭିଯୋଗ ଆଣିଲେ ୪ ଛାତ୍ରୀ
206
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ପ୍ରଧାନଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ବର୍ତ୍ତମାନ ସୁଦ୍ଧା ୪ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି। ଆଗକୁ ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ଗତ ୨୩ ତାରିଖରେ ଦେଓଗାଁ ଥାନା ଅଞ୍ଚଳରେ ଏକ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ଷଷ୍ଠ ଶ୍ରେଣୀର ୫ ଜଣ ଛାତ୍ରୀଙ୍କୁ ଅଫିସ୍‌ ରୁମକୁ ଡାକି ଥିଲେ। ଆଉ ଡ୍ରେସ୍‌ ଖୋଲିବାକୁ କହିଥିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଲେ ସ୍କୁଲ ବାହାର କରି ଦିଆଯିବ ବୋଲି ଧମକ ଦେଇଥିଲେ। ପ୍ରଧାନଶିକ୍ଷକ ଏପରି ବାରମ୍ୱାର କରୁଥିବା ଅଭିଯୋଗ ହୋଇଥିଲା। ଭୟ ସତ୍ତ୍ୱେ ଜଣେ ଛାତ୍ରୀ ଏପରି ଲଜ୍ଜ୍ୟା ଜନକ ଘଟଣା ସମ୍ପର୍କରେ ନିଜ ମାଆଙ୍କୁ ଜଣାଇଥିଲେ। ଏହା ପରେ ଅନ୍ୟ ୪ ଛାତ୍ରୀ ସେମାନଙ୍କ ମାଆକୁ କହିଥିଲେ। ଧୀରେ ଧୀରେ କଥା ପ୍ରଘଟ ହୋଇଥିଲା। ଆଜି ଅଭିଭାବକମାନେ ସ୍କୁଲ୍‌ ଘେରାଉ କରିଥିଲେ। ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ଅଭିଭାବକ ଏବଂ ଗାଁ ଲୋକେ ଅଟକ ରଖିଥିଲେ। ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ସ୍କୁଲରେ ପହଞ୍ଚିଥିଲେ ପୁଲିସ୍‌, ବିଇଓ ଓ ଏବିଇଓ। ସେମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସ୍କୁଲରେ ଉତ୍ତେଜନା ଲାଗି ରହିଛି। ପ୍ରଧାନଶିକ୍ଷକଙ୍କ ନିର୍ୟାତନାରେ ଶିକାର ହୋଇ ୪ ଜଣ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!