ଫୁଲବାଣୀ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୁଳିମାଡ଼ ଘଟଣାରେ ଫିରିଙ୍ଗିଆ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସଫଳ ହୋଇଛି । ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ସଞ୍ଜୟ ସାହାଣୀ, ସୁନ୍ଦର ସିଂହ ସାହାଣୀ, ସୁମନ କହଁର ଓ ଅକ୍ଷୟ ବେହେରା । ତେବେ ସୁମନ ଗୁଳି ଚାଳନା କରିଥିବା ଥାନା ଅଧିକାରୀ କହିଛନ୍ତି । ଡ଼ିମିରିଗୁଡା ପଂଚାୟତ ଶ୍ରୀପଲା ଗ୍ରାମର ସଞ୍ଜୟ ସାହାଣୀ ବିଲୁପଦର ଗ୍ରାମର ମହେଶ୍ୱର ସାହାଣୀଙ୍କ ଠାରୁ ଦୁଇଟି ବଳଦ ୧୦ ହଜାର ଟଙ୍କାରେ କିଣିଥିଲେ । ହେଲେ ସଞ୍ଜୟ ୨ ହଜାର ଟଙ୍କା ଦେଇ ଆଉ ବଳକା ଟଙ୍କା ଦେଇନଥିଲେ । ଫଳରେ ଦୁହିଁଙ୍କ ମଧ୍ୟରେ ନିକଟରେ ବଚସା ହୋଇଥିଲା ଓ ମହେଶ୍ୱର ସଞ୍ଜୟଙ୍କ ମୋପେଡ଼ ଗାଡିକୁ ଛଡାଇ ନେଇଯାଇଥିଲେ । ଫଳରେ ସଞ୍ଜୟ ୩ ଜଣ ସାଙ୍ଗଙ୍କୁ ନେଇ ମହେଶ୍ୱରଙ୍କ ଘରକୁ ଯାଇ ମହେଶ୍ୱରଙ୍କୁ ଗୁଳି ମାଡ଼ କରିବା ବେଳେ ମହେଶ୍ୱର ଜାଣି ପାରି ଘର ଭିତରକୁ ପଳାଇଥିଲେ । ଆଉ ଘର ସାମ୍ନାରେ ବସିଥିବା ମହେଶ୍ବରଙ୍କ ଭଉଣୀ ପ୍ରଭାସିନୀ ଓ ୧୦ ବର୍ଷର ପୁଅ ସଭାଜନ ଦେହରେ ଗୁଳି ବାଜିଥିଲା । ଦୁହେଁ ଗୁରୁତର ଆହତ ହୋଇଥିଲେ । ସେମାନେ ଏବେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ୧୨୪/୨୨ରେ ମାମଲା ରୁଜୁ ହୋଇଛି ।





