ନୟାଗଡ଼, (ବାଘୁଆବାର୍ତ୍ତା): ବିଳମ୍ବିତ ରାତିରେ ଖେଡପଡା ବନପାଳ ସୁମିତ୍ରା ମିଶ୍ରଙ୍କ ସହ ଜଙ୍ଗଲ ସୁରକ୍ଷା କର୍ମୀଙ୍କୁ ନେଇ ପାଟ୍ରୋଲିଂ କରୁଥିଲେ । ତେବେ ଖେଡପଡା ବିଟ୍ ଅନ୍ତର୍ଗତ ବୁଢିଝରି ଓ ସାନହାମରା ନକଟରେ ଥିବା ସାପୁଆ ଜଙ୍ଗଲିଆ ରାସ୍ତାର ପାଟ୍ରୋଲିଂ ଯାଉଥିବା ସମୟରେ ରାସ୍ତା ଉପରେ ଏକ ଶଗଡ଼ ଗାଡ଼ିରେ ଦୁଇଟି ଶାଳ ଲଗ୍ ଲୋର୍ଡ କରାଯାଇଥିବା ବେଳେ ପାଖରେ ଥିବା ଗଛରେ ହଳେ ପଣ୍ଡା ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ । ତେବେ ବେଆଇନ ଭାବେ କାଠ କାଟିବା ଓ ଶଗଡ଼ ମାଲିକଙ୍କ କିମ୍ବା କାଠ ମାଫିଆଙ୍କ ରେଡ୍ ହ୍ୟାଣ୍ଡରେ ଧରିବା ପାଇଁ ବନାଞ୍ଚଳ ଅଧିକାରୀ, ବନପାଳ, ବନ ସୁରକ୍ଷା କର୍ମୀ ମାନେ ଦୀର୍ଘ ଘଣ୍ଟା ଛପି ରହିଥିଲେ । କିନ୍ତୁ କାଠ ମାଫିଆମାନେ ଶଗଡ଼ ନିକଟକୁ ନଆସିବାରୁ ବାଧ୍ୟ ହୋଇ ଶଗଡ଼ ଗାଡ଼ି ଦୁଇଟି ଶାଳ ଲଗ୍ ଓ ଗଛରେ ବନ୍ଧା ହୋଇଥିବା ପଣ୍ଡା ଜବତ କରି ଖେଡପଡା ବିଟ୍ ହାଉସକୁ ଆଣିଥିଲେ । ନୟାଗଡ଼ ବନାଞ୍ଚଳ କାର୍ୟ୍ୟାଳୟରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଉକ୍ତ ପାଟ୍ରୋଲିଂ ବନାଞ୍ଚଳ ଅଧିକାରୀ ସୁଶାନ୍ତ ସ୍ବାଇଁଙ୍କ ସହ ବନପାଳ ସୁମିତ୍ରା ମିଶ୍ର, ବନ ସୁରକ୍ଷା କର୍ମୀ ପ୍ରମୁଖ ସାମିଲ ହୋଇଥିଲେ ।





