ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ ନଛିପୁର ଗ୍ରାମପଞ୍ଚାୟତର ଅରଖତଇଲାରେ ପଡି ଥିବା ନର କଙ୍କାଳ ଖବର ପ୍ରକାଶ ପରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଘଟଣା ସ୍ଥଳରେ ପୁଲିସ ପହଂଚି ଶବ ଚିହ୍ନଟ କରିଛି । ଶବ ଟି ଜଣେ ମହିଳାଙ୍କର ହୋଇଥିବା ବେଳେ ସେ ଜଣେ ଭିନ୍ନ କ୍ଷମ ମହିଳାଙ୍କର ଓ ତାଙ୍କ ଘର ସ୍ଥାନୀୟ ଗୋହିରିଆମଡା ବୋଲି ଜଣା ପଡିଛି । ସୂଚନା ଥାଉ କି ତଇଲାରେ ନର କଙ୍କାଳ ପଡିଥିବାର କିଛି ଲୋକ ଦେଖିବାପରେ ଘଟଣା ସମଗ୍ର ଅଞ୍ଚଳରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣା ପଡିଛି ।





