Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁଖ୍ୟାତ ଆନ୍ତଃରାଜ୍ୟ ଚୋର ହେମନ୍ତ ଦାସ ଗିରଫ

by ସଞ୍ଜୟ ସ୍ୱାଇଁ
August 23, 2022
in Crime, State
କୁଖ୍ୟାତ ଆନ୍ତଃରାଜ୍ୟ ଚୋର ହେମନ୍ତ ଦାସ ଗିରଫ
78
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): କୁଖ୍ୟାତ ଆନ୍ତଃରାଜ୍ୟ ଚୋର ହେମନ୍ତ ଦାସ ଗିରଫ। ତା’ ବିରୋଧରେ ରହିଛି ୧୦୦ରୁ ଅଧିକ ମାମଲା। ବାରିପଦା ଟାଉନ୍ ଥାନା ପୁଲିସ ଏହି ବଡ଼ ଚୋରକୁ ଧରିଛି। ଗିରଫ ଚୋର ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ବରଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସେ ମଦ ଦୋକାନରୁ ଦାମୀ ମଦ ଓ ଟଙ୍କା ଚୋରି କରିଥିବା ନେଇ ପୁଲିସ ପ୍ରମାଣ ପାଇବା ପରେ ଏହି ଗିରଫଦାରି କରିଛି। ପୁଲିସ ସୂଚନା ମୁତାବକ, ବାରିପଦା ସହରର ବାଲେଶ୍ଵର ଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଗତ ୨୧ତାରିଖରେ ସଟର କାଟି ବ୍ୟାପକ ପରିମାଣର ନାମି ଦାମି କମ୍ପାନୀର ବିଦେଶୀ ମଦ ବୋତଲ ସହ ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏ ନେଇ ଦୋକାନ ମାଲିକ ସଞ୍ଜିବ ମହାନ୍ତି ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଦୋକାନର ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ଯେଉଁଥିରୁ ଏହି ଘଟଣାରେ ହେମନ୍ତର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା। ଆଜି ହେମନ୍ତ ବାରିପଦା ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ତାଙ୍କୁ ଗିରଫ କରିଛି। ତାଙ୍କ ଠାରୁ ପୁଲିସ ଏକ ଲକ୍ଷ ଟଙ୍କା, ମଦ ଏବଂ ଚୋରି ବ୍ୟବହୃତ ଆରି ଜବତ କରିଛି। ମଦ ଦୋକାନରୁ ମଦ ଚୋରି କରିବାରେ ସମ୍ପୃକ୍ତ ରହିଖିବା ଅନ୍ୟ ଚୋରମାନଙ୍କୁ ଧରିବାକୁ ପୁଲିସ ତାଙ୍କୁ ପଚରାଉଚରା କରୁଛି। ହେମନ୍ତଙ୍କ ନାମରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରର ବିଭିନ୍ନ ଥାନାରେ ଶହେରୁ ଅଧିକ ମାମଲା ରହିଛି। ଏପରିକି ସେ ମୁମ୍ବାଇର ତାଜ ହୋଟେଲରେ ବି ଚୋରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ସେ ମଦ ଦୋକାନରୁ ଚୋରି କରିଥିବା ମଧ୍ୟ ପୁଲିସ ନିକଟରେ ସ୍ୱୀକାର କରିଥିବା ବାରିପଦା ପୁଲିସ ଏସଡିପିଓ କେ.କେ. ହରିପ୍ରସାଦ କହିଛନ୍ତି। ନିକଟରେ କଟକରେ ଧରାପଡ଼ି ଆଉ ଚୋରି କରିବିନି ହେମନ୍ତ ପୁଲିସ ନିକଟରେ କହିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!