ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟି ପୁଲିସକୁ ମିଳିଛି ବଡ଼ ସଫଳତା । ଆଲୁମିନିୟମ କପର ତାର ଚୋରି କରି ରଖିଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ଇଟାମାଟି ପୁଲିସ । ତାଙ୍କଠାରୁ ଦୁଇ କ୍ୱିଣ୍ଟାଲ ୫୩ କେଜି ୮୦୦ ଗ୍ରାମ କପର ତାର ଓ ୧ କ୍ୱିଣ୍ଟାଲ ୨୨ କେଜି ଆଲୁମିନିୟମ ବିଦ୍ୟୁତ ତାର ଉଦ୍ଧାର କରିଛି ଇଟାମାଟି ପୁଲିସ । ଇଟାମାଟି କଂସାରି ସାହି ଗୋବିନ୍ଦ ମହାରଣାଙ୍କ ଘରେ ପୁଲିସ ଚଢ଼ାଉ କରି ଏହି ସବୁ ସାମଗ୍ରୀ ଜବତ କରାଯାଇଛି । ବିଭିନ୍ନ ଲୋକଙ୍କ ଠାରୁ ଚୋରାରେ କିଣି ରଖିଥିବା ଜଣା ପଡିଛି । ଏ ନେଇ ଇଟାମାଟି ଥାନାରେ କେସ ନଂ ୧୮୮/୨୦୨୨ ରେ ଏକ ମାମଲା ରୁଜ କରାଯାଇ ଆସାମୀକୁ କୋଟ ଫରୱାର୍ଡ କରାଯାଇଛି । ଇଟାମାଟି ଥାନା ସବ ଇନିସପେକ୍ଟର ବି.ଏନ.ଅମାତ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।





