ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହିଳା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ବିସ୍ଫୋରକ ତଥ୍ୟ ପଦାକୁ ଆସୁଛି । ବୟଫ୍ରେଣ୍ଡ ସୌମ୍ୟଜିତଙ୍କ କାର୍ୟ୍ୟ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା ଶ୍ବେତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ସେପଟେ ଏକ ଫୋନ ବାର୍ତ୍ତାଳୟ ସାମ୍ନାକୁ ଆସିଛି। ଏହି ଫୋନ ବାର୍ତ୍ତାଳପ ଶ୍ବେତା ଏବଂ ସୌମ୍ୟଜିତଙ୍କ ମଧ୍ୟରେ ହୋଇଥିବା କୁହାଯାଉଛି। ଏଥିରେ ସୌମ୍ୟଜିତ ଶ୍ବେତାଙ୍କୁ ଅତି ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ବେଳେ ଶ୍ବେତା ନିଜକୁ ଶେଷ କରିବା ଦେବା କଥା ମଧ୍ୟ କହୁଛନ୍ତି। ଏପରିକି ସେ ସରି ମଧ୍ୟ କହୁଛନ୍ତି। ଆସନ୍ତୁ ଶୁଣିବା କଣ ରହିଛି ଏହି ଫୋନ କଲରେ। ଶ୍ୱେତା – କ’ଣ ହୋଇଛି ସୌମ୍ୟଜିତ୍? ସୌମ୍ୟଜିତ- ତୁ ମା’ ବାପାଙ୍କୁ ଫୋନ୍ କରିଥିଲୁ କାହିଁକି? ଶ୍ୱେତା – ତୁ ମୋ’ ସହିତ ଡାର୍ଟି ଗେମ୍ ଖେଳୁଛୁ । ସୌମ୍ୟଜିତ- ମୋ ଜୀବନରୁ ତୁ ଦୂରେଇ ଯାଆ । ଶ୍ୱେତା – କାହିଁକି ଯିବି? ମୁଁ ଜମାରୁ ଯିବିନି । କାରଣ ତୁ ମୋ’ ସହିତ ଡାର୍ଟି ଗେମ୍ ଖେଳୁଛୁ । ସୌମ୍ୟଜିତ- ମେଁ’ ଥକ୍ ଚୁକା ହୁଁ । ତୁ ଦେଖିବୁ, ମୁଁ ଆଉ ଜଣଙ୍କୁ ଧରି ବୁଲିବି । ମୋତେ ନ ରଗାଇବା ପାଇଁ ମୁଁ ବାରମ୍ବାର କହିଥିଲି । ତୁ ତୋ ଜୀବନ ବରବାଦ କରୁଛୁ । ମୋ’ ଜୀବନ ବରବାଦ କରିବାରେ ଲାଗି ପଡ଼ିଛୁ । ମୋତେ ଶାନ୍ତିରେ ରହିବାକୁ ଦେ । ଶ୍ୱେତା- ତୁ କହ ମୋ’ ଲାଇଫ୍ କ’ଣ ବରବାଦ ହୋଇଛି? ସୌମ୍ୟଜିତ-ତୁ କାହିଁକି ମୋ’ ମୁଣ୍ଡ ଖରାପ କରୁଛୁ? କାହିଁକି ମତେ ବିରକ୍ତ କରାଉଛୁ? ତୁ ମୋତେ ଫୋନ୍ କଲେ ଭଲ ହେବ ନାହିଁ । ଶ୍ୱେତା- ତୁ ଧମକ ଦେଉଛ ତ ମୁଁ ଥାନାକୁ ଯାଉଛି? ସୌମ୍ୟଜିତ- ତୁ ଥାନାକୁ ଗଲେ କିଛି କରିପାରିବୁ ନାହିଁ । ଶ୍ୱେତା- ତୁ ଏମିତି କରିପାରିବୁ ନାହିଁ । ଭୁଲ ମାଗିବା ପାଇଁ ଫୋନ୍ କରିଥିଲି? ସୌମ୍ୟଜିତ- ବ୍ରେକ୍ଅପ୍ ଶାନ୍ତିରେ କିଛି ହେବ ନାହିଁ । ଝଗଡ଼ା କରି ସବୁକିଛି ହେବ ।





