Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରେ ଝୁଲି ପଡ଼ିଛନ୍ତି ପ୍ରେମୀ ଯୁଗଳ

by ସଞ୍ଜୟ ସ୍ୱାଇଁ
August 22, 2022
in Crime, State
ଘରେ ଝୁଲି ପଡ଼ିଛନ୍ତି ପ୍ରେମୀ ଯୁଗଳ
142
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): ଆଜି ଭୋରୁ ଭୋରୁ ଗାଁରେ ହୁରି ପଡ଼ିଗଲା। ଅଲେଖ ମନ୍ଦିର ପରିସରରେ ଏକ ଘରେ ଝୁଲି ପଡ଼ିଛନ୍ତି ପ୍ରେମୀ ଯୁଗଳ! ପ୍ରଥମେ ତ ସେମାନଙ୍କ ପରିଚୟ ଜଣାପଡ଼ି ନଥିଲା। ଦିନ ପାହୁ ପାହୁ ପ୍ରେମିକଙ୍କ ପରିଚୟ ମିଳିଗଲା। ହେଲେ ତାଙ୍କ ସହିତ ଓଢ଼ଣୀରେ ଝୁଲି ପଡ଼ିଥିବା ପ୍ରେମିକା କିଏ? ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ଜଣାପଡ଼ି ନାହିଁ। ମୃତଦେହ ପାଖରୁ ମିଳିଥିବା ଚିଠିରୁ ଖୋଲିବ କି ପ୍ରେମିକାଙ୍କ ପରିଚୟ? ଉମରକୋଟ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବଡ଼ଭରଣ୍ଡି ଗାଁର ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ଡ୍ରାଇଭର ଭାବେ କାମ କରନ୍ତି। ସେଥିପାଇଁ ସେ ସବୁବେଳେ ବାହାରେ ରୁହନ୍ତି। ଘରକୁ କେବେ କେମିତି ଆସନ୍ତି। କିନ୍ତୁ ଆଜି ସକାଳେ ଗାଁରେ ହୁରି ପଡ଼ିଗଲା। ଗାଁର ଅଲେଖ ମନ୍ଦିର ପରିସରରେ ଥିବା ଏକ ଘରେ ଜଣେ ଯୁବକ ଓ ଜଣେ ନାବାଳିକା ଝୁଲି ପଡ଼ିଛନ୍ତି। ଖବର ପାଇ ସେଠାକୁ ଧାଇଁ ଯାଇଥିଲେ ଗାଁ ଲୋକ। ଜଗଦୀଶ ଓ ତାଙ୍କ ପରିବାର ଲୋକ ମଧ୍ୟ ସେଠାକୁ ଯାଇଥିଲେ। ଓଢଣୀରେ ଝୁଲି ପଡ଼ିଥିବା ପୁଅ ପ୍ରଫୁଲ୍ଲକୁ ଚିହ୍ନିଥିଲେ। ହେଲେ ତାଙ୍କ ସହିତ ଝୁଲି ପଡ଼ିଥିବା ଝିଅଙ୍କ କିଏ? ଉଭୟ ପ୍ରେମୀ ଯୁଗଳ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଉମରକୋଟ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ନାବାଳିକାଙ୍କ ଡ୍ରେସ୍‌ରେ କ୍ଲିବ୍‌ରେ ମରାଯାଇଥିବା ହାତ ଲେଖା ଚିଠିକୁ ଜବତ କରିଛି ପୁଲିସ୍‌। ତେବେ ସେହି ଚିଠିରେ କ’ଣ ଲେଖାଯାଇଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ମଧ୍ୟ ସେନେଇ କିଛି କହିନାହିଁ। ସେପଟେ ଆତ୍ମହତ୍ୟା କରିଥିବା ଝିଅର ପରିଚୟ ଜଣାପଡ଼ି ନାହିଁ। ତା’ର ବୟସ ୧୨ରୁ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧି ଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଛି? ଯଦି ସେମାନେ ଆତ୍ମହତ୍ୟା କରିଛନ୍ତି, ତାହାହେଲେ କାହିଁକି? ପ୍ରଫୁଲ୍ଲଙ୍କ ସହିତ ଝୁଲି ପଡ଼ିଥିବା ନାବାଳିକା କିଏ?

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!