ଭଦ୍ରକ, (ବାଘୁଆବାର୍ତ୍ତା): ଧାମନଗର ବ୍ଲକ ରାଇପୁର ପଞ୍ଚାୟତ ମଉଦପୁର ଗ୍ରାମର ସ୍ବର୍ଗତ ଦିନବନ୍ଧୁ ସେଠୀଙ୍କ ପୁଅ ରାହୁଲ ସେଠୀ ୧୪ ବର୍ଷ ର ବାଳକ ଗେଙ୍ଗୁଟି ନଦୀରେ ଗାଧଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜା ଖୋଜି ପରେ ମିଳିନଥିଲା ରାହୁଲ । ରାହୁଲ ଓ ତାଙ୍କ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ଭାସିଯାଇ ଥିଲେ । ପରେ ଅଗ୍ନିଶମ ବାହିନୀ ଆସି ବହୁ ଖୋଜା ଖୋଜି କରିବା ପରେ ବି ମିଳିନଥିଲା ରାହୁଲ । ଚାରିଦିନ ପରେ ଆଜି ଛନ୍ଦା ସାହି ପୋଲ ପାଖରେ ରାହୁଲ ର ମୃତ ଶରୀର ଭାସୁଥିବାର ଦେଖିବାକୁ ପାଇଥିଲେ ପରେ ମୃତ ଶରୀରକୁ ଉଦ୍ଧାର କରାଯାଇଛି ।





