Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦମ୍ପତିଙ୍କୁ ତାଲା ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
August 22, 2022
in Crime, State
ଦମ୍ପତିଙ୍କୁ ତାଲା ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
70
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ବୀରଭୂମିରେ ଘଟିଥିବା ଲୋମଟାଙ୍କୁରା ହିସାଂକାଣ୍ଡର ପୁନରାବୃତ୍ତି ହୋଇଛି କେନ୍ଦୁଝର ଜିଲ୍ଲାର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ । ବୟସ୍କ ଦମ୍ପତି ଶୋଇଥିବା ବେଳେ ରାତି ଅଧରେ ଦୁର୍ବୃତ୍ତ ଘର ବାହାରେ ତାଲା ପକାଇ ନିଆଁ ଲଗାଇ ଦେଇଛନ୍ତି। ପାଖପଡ଼ୋଶୀ ଯେପରି ଉଦ୍ଧାର କରି ନ ପାରିବେ ସେଥିନିମନ୍ତେ ସେମାନଙ୍କ ଘର ବାହାରେ ବି ତାଲା ଝୁଲାଇଦେଲେ ଦୁର୍ବୃତ୍ତ। ଏପରି ଅମାନବୀୟ କାଣ୍ଡରେ ବୟସ୍କ ଦମ୍ପତି ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଗୁରୁତର ହୋଇଥିବା ଦମ୍ପତି ହେଲେ ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତି ପଲେଇ । ଉଭୟ ଉଗ୍ରସେନ ଓ ଜୟନ୍ତିଙ୍କ ବୟସ ପାଖାପାଖି ୬୦ ଛୁଇଁଲାଣି। ଧଗୋଠ ଗ୍ରାମସ୍ଥିତ ଘରେ ଏହି ଦମ୍ପତି ଏକୁଟିଆ ରହୁଥିବା ବେଳେ ସେମାନଙ୍କ ପିଲାଛୁଆ ବାହାରେ ରହୁଥିଲେ। ଗତକାଲି ରାତିରେ ଉଭୟ ଉଗ୍ରସେନ ଓ ଜୟନ୍ତି ନିଜ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସେମାନଙ୍କ ଘର ସମେତ ପାଖ ପଡ଼ୋଶୀଙ୍କ ଘର ବି ବାହାରୁ ତାଲା ପକାଇ ଦେଇଥିଲେ। ଏହାପରେ ସେମାନେ ଉଗ୍ରସେନଙ୍କ ଘର ଚାରିପଟେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। କିଛି ସମୟ ପରେ ଉଭୟ ଉଗ୍ରସେନ ଓ ଜୟନ୍ତିଙ୍କ ନିଦ ଭାଙ୍ଗିବାରୁ ସେମାନେ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କରିଥିଲେ। ଏହି ଦମ୍ପତିଙ୍କ ଚିତ୍କାର ଶୁଣି ପଡ଼ୋଶୀଙ୍କ ନିଦ ଭାଙ୍ଗିଥିଲେ ବି ସେମାନଙ୍କ ଘରେ ତାଲା ପଡ଼ିଥିବାରୁ ତୁରନ୍ତ ସାହାଯ୍ୟ କରିବାକୁ ଆସି ପାରି ନ ଥିଲେ। କିଛି ସମୟ ପରେ କୌଣସି ମତେ ଏହି ଦମ୍ପତିଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ହରିଚନ୍ଦନପୁର୍ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆଜି ସକାଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି । ତେବେ କିଏ ଓ କାହିଁକି ଏପରି ନୃଶଂସ କାଣ୍ଡ ଘଟାଇଲା, ଏହା ପଛରେ ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ଅଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!