Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରୀଙ୍କୁ ଜୀଅନ୍ତା ପୋଡ଼ିଦେବା ଘଟଣାରେ ଅଭିଯୁକ୍ତକୁ କୋର୍ଟଚାଲାଣ

by ସଞ୍ଜୟ ସ୍ୱାଇଁ
August 21, 2022
in Crime, State
ଛାତ୍ରୀଙ୍କୁ ଜୀଅନ୍ତା ପୋଡ଼ିଦେବା ଘଟଣାରେ ଅଭିଯୁକ୍ତକୁ କୋର୍ଟଚାଲାଣ
90
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ଏକତରଫା ପ୍ରେମରେ ବିଫଳ ହୋଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ କିରୋସିନ ଢାଳି ଜୀଅନ୍ତା ପୋଡ଼ିଦେବା ସହ ଯୁବକ ବିଷ ପିଇବା ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୀର୍ଘ ୨୭ ଦିନ ପରେ ଯୁବକକୁ କୋର୍ଟ ଚାଲାଣ କରିଛି ପୋଲିସ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ ଗତ ଜୁଲାଇ ମାସ ୨୪ ତାରିଖରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଉପରେ କିରୋସିନ ଢାଳି ଜୀଅନ୍ତା ପୋଡ଼ି ଦିଆଯାଇଥିଲା । ମିଳିଥିବା ସୂଚନା ମୁତାବକ ଜ୍ୟୋତ୍ସ୍ନାରାଣୀଙ୍କୁ ସେହି ଗାଁର ଦୟାନିଧି ଜେନା ଏକତରଫା ପ୍ରେମ କରୁଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଜ୍ୟୋତ୍ସ୍ନାରାଣୀ । ଜୁଲାଇ ୨୪ ତାରିଖରେ ଜ୍ୟୋତ୍ସ୍ନାରାଣୀ ପାଇଖାନା ଯାଇଥିବା ବେଳେ ଦୟାନିଧି ତାଙ୍କ ମୁଁହରେ ଲୁଗା ଦେଇ ତାଙ୍କ ମଥାର ଚୁଟି କାଟିଦେବା ସହିତ କିରୋସିନ ଢାଳି ନିଆଁ ଲଗାଇଦେଇଥିଲା । ଜ୍ୟୋତ୍ସ୍ନାରାଣୀ ଚିତ୍କାର କରିବାରୁ ପଡ଼ୋଶୀମାନେ ଆସି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ଜ୍ୟୋତ୍ସ୍ୱାରାଣୀଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ହତ୍ୟା ଅଭିଯୁକ୍ତ ଦୟାନିଧି ନିଜେ ବିଷ ପିଇ ଦେଇଥିଲା ।ପୋଲିସ ସହଯୋଗରେ ତାକୁ ପ୍ରଥମେ ବାଲେଶ୍ଵର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ୨୭ ଦିନ ପରେ ଦୟାନିଧିକୁ କୋର୍ଟ ଚାଲାଣ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!