Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ଜଙ୍ଗଲକୁ ଡାକିନେଇ ପିଟିପିଟି ମାରିଦେଲା

by ସଞ୍ଜୟ ସ୍ୱାଇଁ
August 20, 2022
in Crime, State
ସ୍ତ୍ରୀକୁ ଜଙ୍ଗଲକୁ ଡାକିନେଇ ପିଟିପିଟି ମାରିଦେଲା
113
VIEWS
Share on FacebookShare on Twitter

ରେଢ଼ାଖୋଲ, (ବାଘୁଆବାର୍ତ୍ତା): ନିଶାସକ୍ତ ସ୍ୱାମୀର ନାରକୀୟ କାଣ୍ଡ! ବାହାନା କରି ସ୍ତ୍ରୀକୁ ଜଙ୍ଗଲକୁ ଡାକି ନେଇ ଠେଙ୍ଗାରେ ପିଟି ପିଟି ମାରିଦେଲା। ପରେ ମୃତଦେହକୁ ଗାତ ଖୋଳି ପୋତି ଦେଲା। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଘଟିଛି। ଶଳାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ଯୁଯୁମୁରା ଥାନା ଗଏଲଗୁଡି ଗାଁର ମଙ୍ଗୁଳୁ ଶବର ମୂଲମଜୁରି ଲାଗି ଚଳନ୍ତି। ପରିବାର କହିଲେ ୪ ପିଲା ଓ ପତ୍ନୀ ପଦ୍ମିନୀ। ସ୍ୱଳ୍ପ ମଜୁରିରେ ଚଳୁଥିବା ମଙ୍ଗୁଳୁ କିନ୍ତୁ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ପତ୍ନୀଙ୍କ ପାଟିତୁଣ୍ଡ କିନ୍ତୁ ମଙ୍ଗୁଳୁକୁ ଭଲ ଲାଗୁନଥିଲା। ଯାହାକୁ ନେଇ ଚିନ୍ତିତ ରହୁଥିଲା ମଙ୍ଗୁଳୁ। ତେଣୁ ପତ୍ନୀ ପଦ୍ମିନୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ମଙ୍ଗୁଳୁ। ଗତ ମଙ୍ଗଳବାର ଦିନ ଗୋରୁ ଚରାଇବା ବାହାନା କରି ପଦ୍ମିନୀଙ୍କୁ ମଙ୍ଗୁଳୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲା। ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ଏକ ଠେଙ୍ଗାରେ ପିଟି ପିଟି ପଦ୍ମିନୀକୁ ହତ୍ୟା କରିଦେଇଥିଲା! ସନ୍ଧ୍ୟା ହୋଇଯାଇଥିବା ମୃତଦେହକୁ ପୋତି ପାରିନଥିଲା। ତେଣୁ ସେ ମୃତଦେହକୁ ବୋଦାରେ ଲୋଚାଇ ଦେଇ ଘରକୁ ପଳାଇ ଆସିଥିଲା। ତା’ପର ଦିନ ଅର୍ଥାତ ବୁଧବାର ସକାଳେ କୋଦାଳରେ ଗାତ ଖୋଳି ଜଙ୍ଗଲ ଭିତରେ ପଦ୍ମିତୀଙ୍କ ମୃତଦେହକୁ ପୋତି ଦେଇଥିଲା ମଙ୍ଗୁଳୁ। ମୃତଦେହ ପୋତିବା ପରେ ଘରକୁ ପଳାଇ ଆସିଥିଲା। ମଦ ନିଶାରେ ଗାଁରେ ଟହଲ ମାରୁଥିଲା। ଅନ୍ୟପକ୍ଷରେ ପଦ୍ମିନୀ ସମ୍ପର୍କରେ ପଚାରିଲେ ବିଭିନ୍ନ ବାହାନା କରୁଥିଲା ମଙ୍ଗୁଳୁ। ହେଲେ କାହାକୁ ସତ କଥା କହୁନଥିଲା। ଯାହାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିଲା। ପଦ୍ମିନୀ ନିଖୋଜ ନେଇ ମଙ୍ଗୁଳୁଙ୍କ ଶଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ସନ୍ଦେହରେ ମଙ୍ଗୁଳୁକୁ ଅଟକ ରଖି ଜେରା କରିଥିଲା। ଏହି ସମୟରେ ସେ ହତ୍ୟା କରିଥିବା ପୁଲିସ୍‌କୁ କହିଛି। ଏହା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଠେଙ୍ଗା, କୋଡ଼ି, ଶାବଳକୁ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!