ନିମାପଡା, (ବାଘୁଆବାର୍ତ୍ତା): ରାସ୍ତା କଡ ବୁଦା ମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରେ ପଡିଛି ସାଇକେଲ । ବାଲିପାଟଣା ରାସ୍ତା ଡିହବାରି ବେଲଣା ଛକ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ବାଲିପାଟଣା ରାସ୍ତା ଡିହବାରି ବେଲଣା ଛକ ନିକଟ ରାସ୍ତା କଡ ବୁଦାରୁ ଯୁବକଙ୍କ ମୃତଦେହ ଉଦ୍ଦାର ହୋଇଛି । ମୃତଦେହ ନିକଟରେ ଏକ ବାଇକ୍ ପଡିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ବାଇକ୍ ନେଇ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ରାସ୍ତା କଡକୁ ଖସି ଯାଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।





