ଭୁବନେଶ୍ବର, (ବାଘୁଆବାର୍ତ୍ତା): ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଗୁରୁତର ଯୁବକ ଜଣକ ହେଲେ ସାଲିଆ ସାହିର ନୀଳଚଳ ବେହେରା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାଲିଆ ସାହିରେ ବ୍ରାଉନ ସୁଗାର ନୀଳାଚଳ ବେହେରା ବିରୋଧ କରି ଆସୁଥିଲେ । ନୀଳାଚଳ ଖାଇବାକୁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୬ ଜଣ ନୀଳାଚଳଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ଏଥିରେ ନୀଳାଚଳ ଗୁରୁତର ହୋଇଥିଲେ। ଖବର ପାଇ ନୟାପଲ୍ଲୀ ପୋଲିସ ପହଞ୍ଚି ନୀଳାଚଳଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟପକ୍ଷରେ ଆକ୍ରମଣକାରୀ ୬ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।





