Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟାଙ୍କ କୃଷି ମ୍ୟାନେଜରଙ୍କ ମିଳିଲା ମୃତଦେହ

by ସଞ୍ଜୟ ସ୍ୱାଇଁ
August 13, 2022
in Crime, State
୩ ଦିନ ପରେ ବ୍ୟାଙ୍କ ମ୍ୟାନେଜରଙ୍କ ପତା ମିଳୁନି, ୨୦ ଲକ୍ଷ ଟଙ୍କା ଆକାଉଣ୍ଟରୁ ହୋଇଛି ଟ୍ରାନ୍ସଫର
351
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ଉଦ୍ଧାର ହେଲା ବଲାଙ୍ଗୀର ବ୍ୟାଙ୍କ କୃଷି ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ରଙ୍କ ମୃତଦେହ । ସୋନପୁର ଲଛିପୁର ଅଙ୍ଗନଦୀ କୂଳରୁ ମିଳିଲା ମୃତଦେହ ଓ ଗତ ବୁଧବାର ଦିନ ବଲାଙ୍ଗୀର ସମ୍ବଲପୁର ଏମଏଚ୍ ୨୬ ଚେରୁପାଲି ବ୍ରିଜ ଉପରେ ବାଇକ୍ ରଖି ନିଖୋଜ ହୋଇଥିଲେ ଦିବ୍ୟ । ବରପାଲି ପଞ୍ଜାବ ନେସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଭାବେ କାର୍ୟ୍ୟ କରୁଥିଲେ । ଗତ ୧୧ ତାରିଖରୁ ନିଖୋଜ ଥିଲେ ଦିବ୍ୟ । ମୃତ ଦେହ ମିଳିବା ପରେ ପରିବାର ଲୋକ ଚିହ୍ନଟ କରିଥିବା ସୂଚନା ଦେଲେ ଡୁଙ୍ଗୁରିପାଲି ଥାନାଧିକାରୀ । ପୋଲିସ ଦିବ୍ୟଙ୍କ ବ୍ୟାଙ୍କ ଡିଟେଲସ ଓ ସିଡିଆର ରିପୋର୍ଟ ଆଧାରରେ ତଦନ୍ତ ଆରମ୍ଭ କରିଛି । ଦିବ୍ୟଙ୍କ ବ୍ୟାଙ୍କ ଆକଉଣ୍ଟରୁ ଦୁଇ ଯୁବତୀ ଓ ଜଣେ ଯୁବକ ପାଖକୁ କିଛି ମାସ ଭିତରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ତାହାକୁ ନେଇ ପୋଲିସ ଏବେ ସେହି ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ଦେଢ ମାସ ମଧ୍ୟରେ ଦିବ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଯୁବତୀ ଓ ଯୁବକଙ୍କ ଆକଉଣ୍ଟକୁ ୭ରୁ ୯ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। ୨ବର୍ଷ ଭିତରେ ୨୦ଲକ୍ଷ ଟଙ୍କା ଯାଇଛି । ଏପରିକି ଦିବ୍ୟ ୨ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ କରି ଦେଇଛନ୍ତି । ଦିବ୍ୟଙ୍କ ଶେଷ ଲୋକେସନ ଏନ୍ଏଚ୍-୨୬ ଚେରୁପାଲି ଅଙ୍ଗନଦୀ ବ୍ରିଜ ରହିଛି । ତାଙ୍କ ମୋବାଇଲ କେଉଁଠି, ସେନେଇ କିଛି ଜଣାପଡୁନି ଓ ବ୍ଲାକମେଲ ଓ ଟଙ୍କା ଟ୍ରାନ୍ସଫର ସଂପର୍କରେ କିଛି ଜାଣିନଥିବା ତାଙ୍କ ସ୍ତ୍ରୀ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!