ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅନ୍ଲାଇନ୍ରେ ଶାଢ଼ୀ କିଣିବା ବେଳେ ଜଣେ ମହିଳା ୩୫ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି । ସେ ହେଲେ ଶୁଭଲକ୍ଷ୍ମୀ ବେହେରା । ଘର ଲକ୍ଷ୍ମୀସାଗର ଅଞ୍ଚଳରେ । ଏନେଇ ମହିଳାଜଣକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ସେ ଅନ୍ଲାଇନ୍ ଶାଢ଼ୀ ବ୍ୟବସାୟ କରୁଛନ୍ତି । ସାବିତ୍ରୀ ଓ ରଜ ସମୟରେ ଅନ୍ଲାଇନ୍ ପ୍ଲାଟଫର୍ମରେ ତାଙ୍କର ଶାଢ଼ୀ କିଣିବାକୁ ଇଚ୍ଛା ହେଲା । ଫେସ୍ବୁକ୍ରେ ଏକ ବିଜ୍ଞାପନ ଦେଖି ସମ୍ପୃକ୍ତ ସଂସ୍ଥା ସହ କଥା ହେଲେ । ଅନ୍ୟପଟୁ ହିନ୍ଦୀ ଭାଷାରେ କଥା ହେଉଥିବା ଜଣେ ଯୁବତୀ ପ୍ରଥମେ ଅନ୍ଲାଇନ୍ରେ ଟଙ୍କା ପୈଠ କରିବାକୁ କହିଲା । ମହିଳାଜଣକ ଫୋନ୍ ପେ ଯୋଗେ ୩୫ ହଜାର ଟଙ୍କା ପୈଠ କଲେ । ସେପଟୁ ସ୍ପିଡ୍ ପୋଷ୍ଟ ଯୋଗେ ଶାଢ଼ୀ ପଠାଯିବ ବୋଲି ମହିଳାଙ୍କୁ କହିଥିଲେ । ସପ୍ତାହେ ପରେ ଯୁବତୀଜଣକ ମୋତେ ବ୍ଲକ କରିଦେଲେ । ମହିଳାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଫୋନ୍ରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ମହିଳାଜଣକ କହିଛନ୍ତି ।





