ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚେନ୍ନାଇ ଏୟାର ପୋର୍ଟରେ କଷ୍ଟମ୍ସ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଇଥିଓପିଆର ଏୟାରଲାଇନ୍ସର ଆଡିସ ଆବାବା ଠାରୁ ଆସୁଥିବା ଯାତ୍ରୀଙ୍କଠାରୁ ୯.୫୯୦ କିଲୋଗ୍ରାମ ଓଜନର ହିରୋଇନ ଏବଂ କୋକେନ ଜବତ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଅଧିକାରୀ ଅନିଲ କୁମାରଙ୍କ ଗୁଇନ୍ଦା ଇନପୁଟ ଆଧାରରେ ଏହି ଚଢାଉ କରାଯାଇଥିଲା । ଚେନ୍ନାଇ ଏୟାର କଷ୍ଟମ୍ସ ଦ୍ବାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୧୧ ରେ ଇଥିଓପିଆ ଏୟାରଲାଇନ୍ସ ଦ୍ବାରା ଆଡିସ ଆବାବା ରୁ ଆସିଥିବା ଭାରତୀୟ ଯାତ୍ରୀ ଇକବାଲ ବି ଅରାଣ୍ଡାଡିଙ୍କୁ ଏଆଇୟୁ ଅଧିକାରୀମାନେ ଅଟକାଇଥିଲେ । ତାଙ୍କଠାରୁ ୯.୫୯୦କିଲୋଗ୍ରାମ ଓଜନର ହିରୋଇନ୍ ଏବଂ କୋକେନ୍ ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ । ବିବୃତ୍ତି ଅନୁଯାୟୀ, “ଯାତ୍ରୀଙ୍କ ଯାଞ୍ଚରେ କୋକେନ ଏବଂ ହିରୋଇନ ମିଳିଥିଲା । ଯାତ୍ରୀ ଜଣକ ଏହାକୁ ଚେକ୍ ଇନ୍ ବ୍ୟାଗେଜ୍ ଏବଂ ଜୋତାରେ ଲୁଚାଇ ରଖିଥିଲେ। ଏହା ପରେ ଯାତ୍ରୀଙ୍କୁ ଗିରଫ କରାଯାଇଛି।





