ପାଟଣା, (ବାଘୁଆବାର୍ତ୍ତା): ଚୋରାଚାଲାଣ ବେଳେ କାଠ ବୋଝେଇ ସ୍କର୍ପିଓ ଜବତ। କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ପିପିଳିଆ ନିକଟରୁ ବିଳମ୍ବିତ ରାତିରେ କାଠ ବୋଝେଇ ସ୍କର୍ପିଓ ଜବତ ହୋଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଏକ ଶାଳ ଚୌକାଠ ବୋଝେଇ ସ୍କର୍ପିଓ କେନ୍ଦୁଝର ପଟୁ ଢେଙ୍କିକୋଟ ଆଡ଼କୁ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପାଟଣା ବନବିଭାଗ ଚଢାଉ କରି ପିପିଳିଆ ନିକଟରୁ ଜବତ କରିଛି। ସ୍କର୍ପିଓରୁ ୭୫ ଖଣ୍ଡ ଚୌକାଠ ଜବତ ହୋଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି।





