କଟକ, (ବାଘୁଆବାର୍ତ୍ତା): ପୁଣି ଏସସିବି ମେଡିକାଲ ରୁ ଦୁଇ ଦଲାଲ ଙ୍କୁ ବାନ୍ଧିଛି ପୋଲିସ।ଜଣେ ରକ୍ତ ଭଣ୍ଡାର ରୁ ରକ୍ତ କରାଇ ଦେବା ନା କହି ଜଣେ ରୋଗୀ ସମ୍ପର୍କୀୟଙ୍କ ଠାରୁ ୧୨୦୦ ଟଙ୍କା ନେଉଥିବା ବେଳେ ଅନ୍ୟ ଜଣେ ମେଡିକାଲରେ ଚାକିରି କରାଇଦେବା ନା କହି ଟଙ୍କା ନେଇଥିବା ଦଲାଲଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ସୁଶାନ୍ତ ଚୌଧୁରୀ ଅନ୍ୟ ଜଣେ ସୂର୍ୟ୍ୟନାରାୟଣ ସାହୁ।ସୁଶାନ୍ତ ଏସିବିରେ ସିକ୍ୟୁରିଟ ସୁପରଭାଇଜର ରୁପେ କାର୍ୟ୍ୟ କରୁଥିବା ବେଳେ ସୂର୍ୟ୍ୟନାରାୟଣ ଏକ ସଂସ୍ଥାରେ ମ୍ୟାନେଜର ଭାବେ କାର୍ୟ୍ୟ କରନ୍ତି। ବାଲେଶ୍ବର ରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ରକ୍ତ ଆବଶ୍ୟକ ପଡିବାରୁ ସେ ସୁଶାନ୍ତଙ୍କୁ କହିଥିଲେ । ସେଥିପାଇଁ ସେ ରକ୍ତ ପାଇଁ ୧୨୦୦ ଟଙ୍କା ନେଇଥିଲେ। ତେବେ ଏହାର ଅଭିଯୋଗ ପରେ ପୋଲିସ ତଦନ୍ତ କରି ସୁଶାନ୍ତଙ୍କୁ ଗିରଫ କରିଛି।ସେହି ଭଳି ସୂର୍ୟ୍ୟନାରାୟଣ ଏକ ଠିକା ସଂସ୍ଥାରେ ଚାକିରି କରାଇ ଦେବ କହି ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଥିଲା। ସେବେ ଠାରୁ ସୂର୍ୟ୍ୟନାରାୟଣ ଫେରାର ଥିବା ବେଳେ ବୁଧବାର ସୂର୍ୟ୍ୟନାରାୟଣ ଙ୍କୁ ଗିରଫ କରାଯାଇଛି।ତେବେ ସୁଶାନ୍ତ ଓ ସୂର୍ୟ୍ୟନାରାୟଣ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଛନ୍ତି।ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।





