ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡ଼ା ମୁସଲିମ୍ ବସ୍ତି ନିକଟରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ। ବେଆଇନ ଗୋଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଜଣେ ଗୋ-ମାଫିଆ ଜବତ। ସୂଚନାନୁଯାୟୀ, ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମ ଜଙ୍ଗଲ ଦେଇ ବେଆଇନ ଭାବେ ଗୋ-ଚାଲାଣ ହେଉଥିବା ନେଇ ବାଲୁଗାଁ SDPO ମାନସ ରଞ୍ଜନ ବାରିକ ଖବର ପାଇ ଟାଙ୍ଗୀ ଥାନା ପୋଲିସ ଏବଂ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଗତକାଲି ବିଳମ୍ଵିତ ରାତିରେ ନାଇଟ୍ ଅପରେସନ୍ କରି ଦୀକ୍ଷିତପଡ଼ା ମୁସଲିମ୍ ବସ୍ତି ନିକଟରୁ ଏକ ଗୋରୁ ବୋଝେଇ ପିକ୍-ଅପ୍ ଭ୍ୟାନ୍ ଜବତ ହୋଇଛି। ତେବେ ଗୋ-ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଜଣେ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ।





