Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଠକୁଥିବା ୩ ସାଇବର ଠକଙ୍କୁ ଗିରଫ କରିଛି ପୁଲିସ୍‌

by ସଞ୍ଜୟ ସ୍ୱାଇଁ
August 10, 2022
in Crime, State
ଠକୁଥିବା ୩ ସାଇବର ଠକଙ୍କୁ ଗିରଫ କରିଛି ପୁଲିସ୍‌
55
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା। ବିଭିନ୍ନ ସମୟରେ ଫୋନ୍‌ କରି ଲୋକଙ୍କୁ ଠକୁଥିବା ୩ ସାଇବର ଠକଙ୍କୁ ଗିରଫ କରିଛି ପୁଲିସ୍‌। ମାଷ୍ଟରମାଇଣ୍ଡକୁ ମଧ୍ୟ ପୁଲିସ ବାନ୍ଧିଛି। ନବରଙ୍ଗପୁର ଟାଉନ୍‌ର ପି.ଉମାମହେଶ୍ୱର ରାଓ ସାଇବ ଠକଙ୍କ ଜାଲରେ ଫସାଇ ଯାଇଥିଲେ। ସାଇବର ଠକମାନେ ଫୋନ୍‌ କରି ତାଙ୍କଠାରୁ ୩୨ ହଜାର ଟଙ୍କା ଠକି ନେଇଥିଲେ। ଗତ ୬ ତାରିଖରେ ଶ୍ରୀ ରାଓ ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତ ପାଇଁ ନବରଙ୍ଗପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପୁଲିସ ପ୍ରଥମେ ଫୋନ୍‌ କଲ୍‌ ଆସିଥିବା ନମ୍ୱରକୁ ଟ୍ରାକ୍‌ କରିଥିଲା। ମୋବାଇଲ୍‌ ନମ୍ୱର ଟ୍ରାକିଂ ବେଳେ ତିନି ଅଭିଯୁକ୍ତଙ୍କୁ ନୟାଗଡରୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ। ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଅମୀୟ କୁମାର ପ୍ରଧାନ। ତାଙ୍କର ସହଯୋଗି ହେଉଛନ୍ତି ସୋରଡାର କାର୍ତ୍ତିକ ରାଉତରାୟ ଓ ଶିଖରପୁର ଅଞ୍ଚଳର ଶ୍ରୀଧର ବରାଡ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ୬ଟି ସିମ୍‌କାର୍ଡ, ୬ଟି ମୋବାଇଲ ଫୋନ, ୩ଟି ଏଟିଏମ କାର୍ଡ, ଗୋଟିଏ ପାନ କାର୍ଡ, ୩ଟି ଆଧାର କାର୍ଡ ଓ ୫୨ ହଜାର ଜବତ କରିଛି ନବରଙ୍ଗପୁର ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!