ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ବାଇକ ଆରୋହୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୫ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଦୁର୍ବୁତ୍ତ ଲୁଟି ନେଇଛନ୍ତି। ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟ ଖୋସାଲିପୁର ଓଭରବ୍ରିଜ ନିକଟରେ ଏହି ଘଟଣା ଘଟିଛି। ବାଲିଚନ୍ଦ୍ରପୁର ଥାନା ଅଧୀନ ବିନୀତ କୁମାର ଜେନା ଓ ତାଙ୍କ ସ୍ତ୍ରୀ ଓ ପୁଅ ବାଇକ ରେ ଢେଙ୍କାନାଳ ର ଏକ ବନ୍ଧୁଙ୍କ ଘରୁ ତାଳୁଆ ବାଲିକୁଦା ଅଭିମୁଖେ ଫେରୁଥିଲେ। ଏହି ସମୟରେ ଖୋସାଲିପୁର ରେଲୱେ ଓଭରବ୍ରିଜ ନିକଟରେ ଏକ ପଲସର ବାଇକ ରେ ଦୁଇ ଜଣ ଆସି ବିନୀତ ଙ୍କ ପତ୍ନୀ ଧରିଥିବା ବ୍ୟାଗକୁ ଛଡାଇ ନେଇଥିଲେ । ବ୍ୟାଗ ରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ରହିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଁଚି ଘଟଣାର ତଦନ୍ତ କରୁଛି।





