ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଶିକ୍ଷା ବିଭାଗରେ ଅଜବ ନିତି ଦେଖିବାକୁ ମିଳିଛି । ମନଇଛା ଶାସନ କରୁଛନ୍ତି କର୍ମଚାରୀ । ଯେତେ ବେଳେ ମନ ହେଉଛି ଅଫିସ୍ ଯାଉଛନ୍ତି, ଆଉ ଯେତେ ବେଳେ ମନ ହେଉଛି ବାହାରକୁ ଆସୁଛନ୍ତି । ଏଭଳି ସରକାରଙ୍କ ଠାରୁ ଦରମା ପାଇ ବେସରକାରୀ ସଂସ୍ଥା ପାଇଁ କାମ କରୁଥିବା ଭଳି ସାଙ୍ଘାତିକ୍ ଅଭିଯୋଗ ଆସିଛି । ଏଭଳି ସାଙ୍ଘାତିକ ଅଭିଯୋଗ ନୟାଗଡ଼ ବ୍ଲକ୍ ଶିକ୍ଷା ବିଭାଗ କାର୍ୟ୍ୟାଳୟରେ ଥିବା କିରାଣୀ ଶୁଭେସ୍ ଶୁକ୍ଳାଙ୍କ ନାମରେ । ଶୁଭେସ୍ ଦୀର୍ଘ ଦିନ ହେଲା ନୟାଗଡ଼ ବ୍ଲକ୍ ଶିକ୍ଷା ବିଭାଗ କାର୍ୟ୍ୟାଳୟରେ କିରାଣୀ କାର୍ୟ୍ୟ କରିଆସୁଛନ୍ତି । ଗତବର୍ଷ ବାବୁଙ୍କ ସମେତ ୯ଜଣ କର୍ମଚାରୀଙ୍କର ବଦଳି ହୋଇଥିଲେ ମଧ୍ୟ ବାବୁ କାହାକୁ ହାତ ବାରେସି କରି ପୁଣି ଗାଦି ମାଡିବସିଲେ କିନ୍ତୁ ବଦଳି ହେଲେନି । ତାଙ୍କ ସାଙ୍ଗରେ ବଦଳି ହୋଇଥିବା ଆଉ ୮ଜଣ ବଦଳିଲେ କିନ୍ତୁ ବାବୁ ନୟାଗଡ଼ ଛାଡିଲେ ନାହିଁ । ସରକାରୀ କର୍ମଚାରୀ ହୋଇ ସରକାରଙ୍କ ଦରମା ପାଇଁ ବେସରକାରୀ ସଂସ୍ଥାର ବୀମା କାମ କରୁଥିବା ଜଣାପଡିଛି । ଖାଲି ସେତିକି ନୁହେଁ ତାଙ୍କ ଶିକ୍ଷା ବିଭାଗ କାର୍ୟ୍ୟାଳୟକୁ ଆସୁଥିବା ପ୍ରାୟ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଜିପିଏଫ୍, ଲୋନ୍ ଇତ୍ୟାଦି ବାହାନା ଦେଖାଇ ସେଗୁଡିକୁ ଆପ୍ରୁଭାଲ କରିବା ପରେ ବୀମା କରୁଥିବା ଜଣାପଡିଛି । ଯିଏ ନକରୁଛନ୍ତି ସେ ଦୀର୍ଘ ଦିନ ଯାଏଁ ଜିପିଏଫ୍ ଓ ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ କରାଉଥିଲେ । ତେବେ ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଶୁଭେସ୍ ଶୁକ୍ଳା ଛାନିଆ ହୋଇଯାଇଥିବା ବେଳେ ସାନ୍ତନା ଦେଉଛନ୍ତି ଉକ୍ତ କାର୍ୟ୍ୟାଳୟରେ କେୟାର ଆଉଟ୍ ସୋର୍ସିଂର ମାଧ୍ୟମରେ ଡାଟାଏଣ୍ଟ୍ରି ଅପରେଟର୍ ଭାବେ ନିଯୁକ୍ତ ହୋଇଥିବା ବିଶ୍ୱନାଥ ସ୍ୱାଇଁ(ଜିତୁ) । ବିଶ୍ୱନାଥ ମଧ୍ୟ ଜଣେ ବୀମା ଏଜେଣ୍ଟ । ଜିତେନ୍ଦ୍ର ମଧ୍ୟ ଶୁଭେସ୍ ଶୁକ୍ଳା ଭଳି ଅଫିସକୁ ଆସିଲେ ବାୟୋମେଟ୍ରିକରେ ଫିଙ୍ଗର ପ୍ରଣ୍ଟି ଦେଇ ବାବୁ ବୀମା ସଂସ୍ଥାର ମିଟିଂ ପୋଗ୍ରାମରେ ଦିନଯାକ ଉପସ୍ଥିତ ଥିଲେ । ମିଟିଂ ସରିବା ପରେ ବ୍ଲକ୍ ଶିକ୍ଷା କାର୍ୟ୍ୟାଳୟକୁ ଆସି ଫିଙ୍ଗର ପ୍ରିଣ୍ଟିଂ ଦେଇ ଘରକୁ ଚାଲିଯାଇଥିଲେ । ଉଭୟ ଜିତେନ୍ଦ୍ର ଓ ଶୁଭେସ୍ ବ୍ଲକ୍ ଶିକ୍ଷା କାର୍ୟ୍ୟାଳୟକୁ ନିଜ କବଜାରେ ରଖିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ତେଣୁ ଉଭୟଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି କରାଯାଇଛି ।





