ପୁରୀ, (ବାଘୁଆବାର୍ତ୍ତା): ଗ୍ୟାରେଜରୁ ଚୋରି ହୋଇଥିବା ଗାଡି କବାଡିଆ ଗୋଦାମରୁ ଉଦ୍ଧାର । ସିସିଟିଭି ଯାଞ୍ଚ ପରେ ଗାଡି ଚୋରକୁ ଧରି ଖୁଣ୍ଟରେ ବାନ୍ଧିଲେ ଗ୍ୟାରେଜ ମାଲିକ ଓ ସ୍ଥାନୀୟ ବାସିନ୍ଦା । ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମାଆଙ୍କ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ମନୋରଞ୍ଜନ ସାହୁ ନାମକ ଗ୍ୟାରେଜ ମାଲିକଙ୍କ ଗ୍ୟାରେଜକୁ ଗତ ସାତଦିନ ତଳେ ଜଣେ ବ୍ୟକ୍ତି ତାଙ୍କର ଦୁଇଚକିଆ ଯାନ ସଜାଡ଼ିବା ପାଇଁ ଦେଇଥିଲେ। ଗାଡିଟି ତିଆରି ହେବା ପୂର୍ବରୁ ତିନିଜଣ ଚୋର ବଡି ଭୋରୁ ଏକ ଟ୍ରଲିରେ ଗାଡିଟିକୁ ଚୋରି କରି ବଡ଼ଦାଣ୍ଡରେ ନେଇଥିଲେ। କୁମ୍ଭାରପଡ଼ା ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା କବାଡିଆ ଦୋକାନରେ ଚୋରି ଗାଡିଟିକୁ ନେଇ ଚୋରମାନେ ଦେଇଥିଲେ। ଗାଡି ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଚାରିଦିନ ପରେ ଗ୍ୟାରେଜ ମାଲିକ ଚୋରକୁ ଧରିବାରେ ସଫଳ ହୋଇଛନ୍ତି। ତେବେ ଚୋରି ଗାଡି ବିଷୟରେ କବାଡିଆ ଦୋକାନୀ ମାଲିକ ମହମ୍ମଦ ଖାଁ କିଛି ଜାଣିନଥିବା କହିଛନ୍ତି।





