ବିନିକା, (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କୌଡିଆମୁଣ୍ଡା କେନାଲ ଛକ ନିକଟରୁ ଚୋରି ଟ୍ରାକ୍ଟର ଜବତ କରିଛି ବିନିକା ପୋଲିସ । ଛତିଶଗଡ ବଲଦାବହାର ଜିଲ୍ଲା ଚାନାଦେଉରୀ ଥାନା ଗୋଲାଝର ଗ୍ରାମରୁ ଗତ ୨ଦିନ ତଳେ ଚୋରି ହୋଇଥିଲା ଟ୍ରାକ୍ଟର । ଏହି ଘଟଣାରେ ୩ ଜଣ ଯୁବକକୁ ପୋଲିସ ଗିରଫ କରିଛି । ଗତ ୨୦ ତାରିଖ ବିଳମ୍ବିତ ରାତିରେ ଛତିଶଗଡ ଚାନାଦେଉରୀ ଥାନା ଅନ୍ତର୍ଗତ ଗୋଲାଝର ଗ୍ରାମର ରୁକ୍ମଣ କୁମାର ପଟେଲ ତାଙ୍କ ଘର ସମ୍ମୁଖରେ ଟ୍ରାକ୍ଟର ରଖିଥିଲେ । ଛତିଶଗଡ ଅଞ୍ଚଳର ୫ ଜଣ ଦୁର୍ବୃତ୍ତ ଏହି ଟ୍ରାକ୍ଟରଟିକୁ ଚୋରି କରିନେଇଥିଲେ । ଏହାପରେ ସେମାନେ ଉକ୍ତ ଟ୍ରାକ୍ଟରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ରାତି ଅଧିଆ ଆଣିଥିଲେ । ଛତିଶଗଡ଼ରୁ ଓଡିଶା ଆଣୁଥିବା ରାସ୍ତାରେ ପାଟ୍ରୋଲିଂରେ ବେଳେ ବିନିକା ପୋଲିସ ଟ୍ରାକ୍ଟର ସହ ୫ ଜଣ ଯୁବକଙ୍କୁ ଅଟକାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଯୁବକଙ୍କ ସହ ୨ଟି ବାଇକ୍ ଜବତ ହୋଇଛି । ଧରାପଡିଥିବା ୩ ଯୁବକଙ୍କୁ ବିନିକା ଥାନାକୁ ଆଣି ପଚରାଉଚରା କରିବା ପରେ ଟ୍ରାକ୍ଟର ଚୋରି କରି ନେଉଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଟ୍ରାକ୍ଟର ଓ ଚୋରଙ୍କ ସନ୍ଧାନ ପାଇବା ନିମନ୍ତେ ଛତିଶଗଡ ପୋଲିସକୁ ଯୋଗାଯୋଗ କରିଥିଲା ବିନିକା ପୋଲିସ । ଟ୍ରାକ୍ଟରଟିକୁ ଦୁର୍ବୃତ୍ତ ଚୋରି କରି ନେଉଥିବା ବିନିକା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଚାନାଦେଉରୀ ଥାନାର ଏସଆଇ ତାଙ୍କ ଟିମ୍ ସହ ବିନିକା ଥାନାରେ ପହଞ୍ଚି ଟ୍ରାକ୍ଟର, ଚୋର ଓ ଜବତ ହୋଇଥିବା ୨ଟି ବାଇକ୍ ଏବଂ ୪ଟି ମୋବାଇଲ ଫୋନ୍ ଜବତ କରିଥିଲେ । ଏହାସହ ଚାନାଦେଉରୀ ଥାନା କେସ୍ ନଂ.୪୧/୨୦୨୧ ଅନୁସାରେ ମାମଲା ରୁଜୁ କରିଥିଲେ । ଏହାପରେ ଗିରଫ ଅଭିଯୁକ୍ତ ଦିଲ୍ଲୀପ କୁମାର ସାହୁ (୨୩), ବିବେକ କୁମାର କାନୁନଗୋ (୨୪) ଓ ସନ୍ତୋଷ ଷାଣ୍ଡେ (୨୫)ଙ୍କୁ ଛତିଶଗଡ ପୋଲିସକୁ ହସ୍ତାନ୍ତର କରାଯାଇଥିବା ବିନିକା ଥାନା ଏସଆଇ ସୂର୍ୟ୍ୟକାନ୍ତ ସେଠୀ ସୂଚନା ଦେଇଛନ୍ତି ।





