କୋଲକାତା, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗର ରାଜଧାନୀ କୋଲାକତାରେ ଥିବା ଇଣ୍ଡିଆନ ମ୍ୟୁଜିମରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଅର୍ଦ୍ଧ ସାମାରିକ ବାହିନୀର ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଏକାଧିକ ଲୋକ ଓ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ, ଜଣେ ସିଆଏସଏଫ ଯବାନ ହିଁ ତାଙ୍କ ସହଯୋଗୀମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ପ୍ରଥମେ ସେ ଗୋଟିଏ ପୁଲିସ୍ କାର ଉପରକୁ ଗୁଳି ଚଳାଇଥିଲେ। ଏଥିରେ କାର ଡ୍ରାଇଭରଙ୍କ ସମେତ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ତେବେ ଗୁଳି ଚଳାଇଥିବା ଯବାନ ପ୍ରାଣ ହରାଇଛନ୍ତି ନା ତାଙ୍କ ଗୁଳିରେ କାହାର ମୃତ୍ୟୁ ହୋଇଛି, ସେକଥା ସ୍ପଷ୍ଟ ହୋଇନି। କେବଳ ଜଣେ ଯବାନ ପ୍ରାଣ ହରାଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଘଟଣା ସ୍ଥଳରେ କୋଲକାତା ପୁଲିସ କମିଶନର ଭୀନିତ ଗୋଏଲ ଉପସ୍ଥିତ ରହିଛନ୍ତି। କୋଲକାତାର ପ୍ରମୁଖ ସ୍ଥାନରେ ଏହି ମ୍ୟୁଜିୟମଟି ରହିଛି। ଏହା ଏକ ସ୍ୱଂୟଚାଳିତ ସଂଗଠନ। ତେବେ ଏହାର ପ୍ରଶାସନିକ ବ୍ୟବସ୍ଥା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଚାଲିଥାଏ।





