Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲକ୍ ଶିକ୍ଷା ବିଭାଗକୁ ଭୂଆଁ ବୁଲାଉଛି ଆକାଉଣ୍ଟାଣ୍ଟ: ସରକାରଙ୍କ ଠାରୁ ଦରମା, ବେସରକାରୀ ସଂସ୍ଥାର କାମ

by ସଞ୍ଜୟ ସ୍ୱାଇଁ
August 6, 2022
in Crime, Nayagarh, State
ବ୍ଲକ୍ ଶିକ୍ଷା ବିଭାଗକୁ ଭୂଆଁ ବୁଲାଉଛି ଆକାଉଣ୍ଟାଣ୍ଟ: ସରକାରଙ୍କ ଠାରୁ ଦରମା, ବେସରକାରୀ ସଂସ୍ଥାର କାମ
542
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଲୁଟି ଖାଇବା ଅଭ୍ୟାସ ଓ ବ୍ଲାକ ମେଲିଂ ଭଳି ଅଭ୍ୟାସକୁ ବଦଳାଇ ପାରୁନାହାନ୍ତି ଆକାଉଣ୍ଟାଣ୍ଟ । ବ୍ଲକ୍ ଶିକ୍ଷା ବିଭାଗକୁ ଅନ୍ଧାରରେ ରଖି ଭୂଆଁ ବୁଲାଇ ବାରେ ମାହିର ଅଛନ୍ତି ଆକାଉଣ୍ଟାଣ୍ଟ । ବେସରକାରୀ ସଂସ୍ଥାର କାର୍ୟ୍ୟକ୍ରମରେ ବାବୁ ଦିନଯାକ ଉପସ୍ଥିତ ରହି ସରକାରୀ କାର୍ୟ୍ୟାଳୟରେ ଉପସ୍ଥିତ ଥିବା ଦର୍ଶାଇଛନ୍ତି ଭୂଆଁ ବୁଲାଉଥିବା ଆକାଉଣ୍ଟାଣ୍ଟ ଶୁଭେସ ଶୁକ୍ଳା । ଯିଏ ଡିଜିଟାଲ ଫିଙ୍ଗର ସ୍କାନର କୁ ବଦଳାଇ ଦେଇପାରେ ତେବେ ସେ କେମିତି ଠକୁଥିବେ ଏଥିରୁ ଅନୁମେୟ । ଏକ ପ୍ରକାରର କହିବାକୁ ଗଲେ ବାବୁଙ୍କୁ ଅର୍ଥ ଲୋଭ ଘାରିଛି । ସରକାରୀ ଚାକିରୀ କରିଛନ୍ତି ସତ କିନ୍ତୁ ବେସରକାରୀ ସଂସ୍ଥାର କାର୍ୟ୍ୟ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି । ସୂଚନାନୁସାରେ, ନୟାଗଡ଼ ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟରେ କାର୍ୟ୍ୟରତ ଥିବା ଆକାଉଣ୍ଟାଣ୍ଟ ଶୁଭେସ ଶୁକ୍ଳା ନିଜ କାର୍ୟ୍ୟରେ ବାରମ୍ବାର ଅବହେଳା କରିଆସୁଥିବା ଜଣାପଡିଥିବା ବେଳେ ଏବେ ସାଙ୍ଘାତିକ ତଥ୍ୟ ଗଣମାଧ୍ୟମ ହାତରେ ଲାଗିଛି । ସରକାରଙ୍କ ଠାରୁ ପ୍ରତି ମାସକୁ ମାସ ଦରମା ପାଇଆସୁଥିବା ଶୁକ୍ଳା ବାବୁଙ୍କୁ ଅର୍ଥ ନିଅଣ୍ଟିଆ ହେଉଛି ବୋଧେ ବେସରକାରୀ କାମରେ ଯୋଗ ଦେଉଛନ୍ତି । ଯେଉଁ ଦିନ ବେସରକାରୀ ସଂସ୍ଥାର କାମ କରିବାକୁ ଯାଉଛନ୍ତି ସେହି ଦିନ କିନ୍ତୁ ସରକାରୀ କାର୍ୟ୍ୟାଳୟରେ ଉପସ୍ଥିତ ଦର୍ଶାଇ ସରକାରଙ୍କ ଠାରୁ ଦରମା ପାଉଥିବା ଜଣାପଡିଛି । ଏକ ପ୍ରକାରର କହିବାକୁ ଗଲେ ବେସରକାରୀ ସଂସ୍ଥାରେ କାମ କରି ବାବୁ ଜଣଙ୍କ ସରକାରଙ୍କୁ ଠକି ଦରମା ହଡ଼ପ କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ନୟାଗଡ଼ ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ ଶୁଭେସ ଶୁକ୍ଳା ଗତ ମାସ ଅର୍ଥାତ୍ ଜୁଲାଇ ୧୬ତାରିଖ ତୃତୀୟ ଶନିବାର ଦିନ ବାବୁ ପୂର୍ବାହ୍ନ ୯ଟା ୪୦ମିନିଟରେ କାର୍ୟ୍ୟାଳୟରେ ଏଣ୍ଟ୍ରି କରି ଫିଙ୍ଗର ସ୍କାନିଂ କରି କାର୍ୟ୍ୟାଳୟରେ ଉପସ୍ଥିତ ରହିଲେ ବୋଲି ଦର୍ଶାଇଲେ ଏବଂ ସେହିଦିନ ସନ୍ଧ୍ୟା ୫ଟା ୫୨ମିନିଟ୍ ସମୟରେ ସରକାରୀ କାର୍ୟ୍ୟାଳୟ ଛାଡି ଥିବା ନେଇ ଦର୍ଶାଯାଇଛି । କିନ୍ତୁ ବାସ୍ତବ ଚିତ୍ର ଟିକେ ଅଲଗା । ଅଫିସରେ ଫିଙ୍ଗର ପ୍ରିଣ୍ଟ ଦେଇ ବାବୁ ବେସରକାରୀ ସଂସ୍ଥାର ମିଟିଂରେ ମଉଜ କରୁଥିଲେ । କେବଳ ଏତିକି ନୁହେଁ ଦିନ ତମାମ ବେସରକାରୀ ମିଟିଂ ରେ ବ୍ୟସ୍ତ ଥିଲେ । ଖାଲି ଏତିକିରେ ମନ ଶାନ୍ତି ହେଉନି ଯେ, ଉକ୍ତ ବେସରକାରୀ ସଂସ୍ଥାର ଲାଇଫ୍ ଇନ୍ୟୁସରାନ୍ସ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଚାପ ପକାଉଥିବା ମଧ୍ୟ ଶୁଣିବାକୁ ମିଳୁଛି । ଯେହେତୁ ବାବୁ ଜଣେ ଆକାଉଣ୍ଟାଣ୍ଟ ତେଣୁ କାହାକୁ ଜିପିଏଫ କରାଇଦେବା କହି ଏକ ପ୍ରକାରର ବ୍ଲାକ୍ ମେଲିଂ ଭଳି କାର୍ୟ୍ୟ କରୁଥିଲେ । ଯଦି ଯିଏ ମନା କରୁଥିଲେ ତାଙ୍କ ବିଭିନ୍ନ ପ୍ରକାରର ଅର୍ଥ ରାଶି ପାଇବାରୁ ବିଳମ୍ବ କରୁଥିଲେ । ଏବଂ ସରକାରଙ୍କ ଠାରୁ ଦରମା ପାଇ ଶୁଭେସ ଶୁକ୍ଳା ବେସରକାରୀ ସଂସ୍ଥାର କାର୍ୟ୍ୟ କରିବା ତାହା ତାଙ୍କ କାର୍ୟ୍ୟ ଶୈଳୀ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେତିକି ନୁହେଁ ବାବୁ ଦୀର୍ଘ ୬ବର୍ଷ ହେବ ନୟାଗଡ଼ ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟରେ ଆକାଉଣ୍ଟାଣ୍ଟ ଭାବେ କାର୍ୟ୍ୟ କରିଆସୁଛନ୍ତି । ତେବେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଉନାହିଁ ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସରକାରଙ୍କୁ ଠକୁଥିବା ଭଣ୍ଡ କର୍ମଚାରୀ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!