Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୩ ବର୍ଷ ବୟସରେ ପ୍ରେମ ବିବାହ, ରହିଲାନି ବେଶୀ ଦିନ ସଂସାର

by ସଞ୍ଜୟ ସ୍ୱାଇଁ
August 5, 2022
in Crime, Nayagarh, State
୧୩ ବର୍ଷ ବୟସରେ ପ୍ରେମ ବିବାହ, ରହିଲାନି ବେଶୀ ଦିନ ସଂସାର
543
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦୀର୍ଘ ୪ ବର୍ଷ ତଳେ ନୟାଗଡ ଜିଲ୍ଲା ନବଘନପୁର ଗାଁର ସୁରେନ୍ଦ୍ର ସାହୁଙ୍କ ଘରେ ଡ୍ରାଇଭର ଭାବେ କାମ କରୁଥିଲେ ତ୍ରିଲୋଚନ ବିଶ୍ୱାଳ। ସୁରେନ୍ଦ୍ରଙ୍କ କାର୍‌ ଚଲାଉଥିବା ତ୍ରିଲୋଚନଙ୍କ ପ୍ରେମରେ ପଡ଼ିଥିଲେ ତାଙ୍କ ୧୩ ବର୍ଷର ଝିଅ ରଶ୍ମିତା। କିଛି ଦିନର ଲୁଚାଛପା ପ୍ରେମ ସମ୍ପର୍କ ପରେ ଉଭୟ ମନ୍ଦିରରେ ବିବାହ କରିଥିଲେ। ମନ୍ଦିରରେ ବିବାହ ପରେ ତ୍ରିଲୋଚନଙ୍କ ଘରକୁ ବଧୂ ବେଶରେ ଯାଇଥିଲେ ରଶ୍ମିତା। ପ୍ରାୟ ୩ ବର୍ଷ ଧରି ଶାଶୁ ଘରେ ସଂସାର ଗଢ଼ିଥିଲେ ରଶ୍ମିତା। ୧୩ ବର୍ଷ ବୟସରେ ପ୍ରେମ ବିବାହ କରିଥିଲେ। ୪ ବର୍ଷ ଧରି ସ୍ୱାମୀଙ୍କ ସହିତ ଗଢ଼ିଥିଲେ ସଂସାର। ହେଲେ ସେହି ଖୁସିର ସମ୍ପର୍କରେ ଲାଗିଲା କାହାର ନଜର। ଅଜଣା ଫୋନ୍‌ କଲ ସୃଷ୍ଟିକଲା ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କର ତିତ୍କତା। ତେବେ ସେହି ତିକ୍ତତା ନଥିଲା ଏତେ ଭୟଙ୍କର। ତଥାପି ଜୀବନ ହାରିବାର ରାସ୍ତା ବାଛିଥିଲେ ରଶ୍ମିତା। ଅଫେରା ରାଇଜର ପଥିକ ହେବା ପୂର୍ବରୁ ଛାଡ଼ି ଗଲେ ହାତ ଲେଖା ଚିଠି। ପରେ ତ୍ରିଲୋଚନ କଟକ ଜିଲ୍ଲା ଟାଙ୍ଗୀ ପଳାଇ ଆସି ଥିଲେ। ସାଥୀରେ ରଶ୍ମିତାଙ୍କୁ ନେଇ ଆସିଥିଲେ। ଉଭୟ ଏଠାରେ ଘର ଭଡ଼ା ନେଇ ବେଶ୍‌ ଖୁସିରେ ରହୁଥିଲେ। ତ୍ରିଲୋଚନ ଟ୍ରକ୍‌ ଚଲାଇବାକୁ ଯାଉଥିଲେ ଓ ଘରେ ଏକାକୀ ରହୁଥିଲେ ରଶ୍ମିତା। ହସଖୁସିରେ ଚାଲୁଥିବା ସଂସାରରେ ହଠାତ୍‌ କାହାର ଲାଗିଲା ନଜର। ରଶ୍ମିତାଙ୍କ ମୋବାଇଲ୍‌କୁ ଆସିଥିଲା ଏକ ଫୋନ୍‌ କଲ୍‌। ଫୋନ୍‌ ଉଠାଇ ତାଙ୍କ ସହିତ ରଶ୍ମିତା କୁଆଡ଼େ କଥା ହୋଇଥିଲେ। ସେହି ଅଜଣା ବ୍ୟକ୍ତି କିଏ? ତାଙ୍କ ସହିତ କାହିଁକି କଥା ହେଉଛ? ଏହାକୁ ନେଇ କିଛି ଦିନ ତଳେ ରଶ୍ମିତା ଓ ତ୍ରିଲୋଚନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୁଇଦିନ ତଳେ ତ୍ରିଲୋଚନ ଟ୍ରକ୍‌ ଚଳାଇବାକୁ ଯାଇଥିଲେ। ଗୁରୁବାର ରାତିରେ ଭଡ଼ା ଘରକୁ ଫେରିଥିଲେ। ଯେତେ କବାଟ ବାଡ଼େଇଲେ ମଧ୍ୟ ରଶ୍ମିତା ଖୋଲିନଥିଲେ। ପରେ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ରିସିଭ୍‌ କରିନଥିଲେ। ମନରେ ସନ୍ଦେହ ହେବାରୁ ଝରକା ଫାଙ୍କରେ ଅନାଇବାରୁ ଝୁଲନ୍ତା ଅବସ୍ଥାରେ ରଶ୍ମିତାଙ୍କୁ ଦେଖିବାକୁ ପାଇଥିଲେ ତ୍ରିଳୋଚନା। ପରେ ଏନେଇ ଥାନାକୁ କହିଥିଲେ। ପୁଲିସ ପହଞ୍ଚି କବାଟ ନଖୋଲିବାକୁ ତ୍ରିଲୋଚନଙ୍କୁ ପରାମର୍ଶ ଦେଇଥିଲା। ଆଜି ସକାଳେ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ପାଖରୁ ରଶ୍ମିତାଙ୍କ ହାତ ଲେଖା ଚିଠି ପୁଲିସ୍‌କୁ ମିଳିଛି। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି ବୋଲି ଲେଖା ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଝିଅର ବାପା ଘର ଲୋକେ ଖବର ପାଇ ଟାଙ୍ଗୀ ଥାନାରେ ପହଞ୍ଚିଥିଲେ। ଝିଅକୁ ମାରି ଦିଆଯାଇଥିବା ଅଭିଯୋଗ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!