ଆଠଗଡ଼, (ବାଘୁଆବାର୍ତ୍ତା): କୁକୁଡ଼ା ଚୋରିକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ। କୁକୁଡ଼ା ଫାର୍ମ ନିକଟରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଟାଙ୍ଗୀ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ କନ୍ଦରପୁର ଗାଁର ଗଣେଶ ସାମଲ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓଙ୍କ ସହିତ ଆଠଗଡ଼ ପୋଲିସ୍ ସହିତ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।





