Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଧୂ ହତ୍ୟା ଅଭିଯୋଗ ଶ୍ୱଶୁରଘରୁ ମିଳିଲା ମହିଳାଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
August 5, 2022
in Crime, State
ବଧୂ ହତ୍ୟା ଅଭିଯୋଗ ଶ୍ୱଶୁରଘରୁ ମିଳିଲା ମହିଳାଙ୍କ ମୃତଦେହ
28
VIEWS
Share on FacebookShare on Twitter

କାମାକ୍ଷାନଗର, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବେକାଗାଡ଼ିଆ ଗାଁରେ ନବବଧୂଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଏନେଇ ମୃତକଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିବା ସହ ଥାନାରେ ଲିଖିତ ଅଭଯୋଗ କରିଛନ୍ତି। ମୃତକ ଜଣଙ୍କ ହେଲେ ବେକାଗାଡିଆ ଗାଁର ଅମରେଶ ସାହୁଙ୍କ ସ୍ତ୍ରୀ ଲିମା ସାହୁ। ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ ରଣପଶି ଗାଁରେ ଲିମାଙ୍କ ବାପଘର । ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ, ୩ ବର୍ଷ ତଳେ ତାଙ୍କ ଝିଅ ଲିମାଙ୍କ ବିବାହ ପରଜଙ୍ଗ ଥାନା ବେକାଗାଡିଆ ଗାଁର ଅମରେଶ ସାହୁଙ୍କ ସହିତ ବୈଦିକ ରୀତିନୀତିରେ ହୋଇଥିଲା । ବିବାହ ପରଠାରୁ ଶ୍ବଶୁରଘର ଲୋକଙ୍କ ସହିତ ତାଙ୍କର ପାରିବାରିକ କଳହ ଲାଗି ରହିଥିଲା। ତେବେ ଗୁରୁବାର ସକାଳେ ଲିମାଙ୍କ ବାପଘର ଲୋକେ ଫୋନ୍ ଯୋଗେ ଖବର ପାଇ ପହଞ୍ଚିବା ପରେ ତାଙ୍କ ଝିଅଙ୍କୁ ମୃତ ଅବସ୍ଥାରେ ପାଇଥିଲେ । ସେତେବେଳକୁ ଲିମାଙ୍କ ଶ୍ବଶୁରଘର ଲୋକ ଘରେ କେହି ଉପସ୍ଥିତ ନଥିଲେ । ତେଣୁ ପରିବାର ଲୋକେ ମିଶି ତାଙ୍କ ଝିଅକୁ ହତ୍ୟା କରିଛନ୍ତି ବୋଲି ସେମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ, କାମାକ୍ଷାନଗର ଏସ୍ଡ଼ିପିଓ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ଅଭିଯୋଗକୁ ଆଧାର କରି ଲିମାଙ୍କ ଶାଶୁ ଓ ଶ୍ବଶୁରଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!