ସୋରେ, (ବାଘୁଆବାର୍ତ୍ତା): ପୁଣି ଖଇରା ଅଞ୍ଚଳରେ ଦେଖିବାକୁ ମିଳିଛି ଲଭ ସେକ୍ସ ଓ ଧୋକା । ପ୍ରେମ ବିବାହକୁ ପ୍ରତ୍ୟାଖାନ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୂଆଗାଁ ଗ୍ରାମର ମଞ୍ଜୁଲତା ପାତ୍ର କୋରାପୁଟରେ ଏକ ନର୍ସିଂହୋମ କାର୍ୟ୍ୟରତ ଅଛନ୍ତି । ନିଜ ଗାଁ ନୂଆଗାଁକୁ ଛୁଟିରେ ଆସିଥିବା ବେଳେ କାକୁଡ଼ିଆ ଗ୍ରାମର ସୁନୁନିଗମ ନାୟକ ସହିତ ତାଙ୍କର ଭେଟଭାଟ ହୋଇଥିଲା । ପରେ ମୋବାଇଲ ନମ୍ବର ଉଭୟ ଦେବେନେବା କରିଥିଲେ । ପରେ ମୋବାଇଲରେ କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପ୍ରେମ ଏତେ ଆଗକୁ ବଢିଯାଇଥିଲା ଗୋଟିଏ ଘଂଟା କେହି କାହାକୁ ନଦେଖିଲେ ରହି ପାରୁନଥିଲେ । ଶେଷରେ ଉଭୟ ନିଷ୍ପତ୍ତି ନେଲେ ବିବାହ କରିବେ । କୋରାପୁଟ ଏକ ନୋଟାରିରେ ଉଭୟ ବିବାହ କରି ସେହି କୋରାପୁଟ ଏକ ଭଡା ଘରେ ଉଭୟ ସ୍ୱାମୀ ସ୍ତ୍ରୀ ଭାବେ ରହିଲେ । ମଞ୍ଜୁଲତା ମଧ୍ୟ ଏହା ଭିତରେ ଦୁଇ ମାସର ଗର୍ଭବତୀ ହୋଇସାରିଛନ୍ତି । ହଠାତ ପୁଅ ସୁନୁନିଗମ ନାୟକ ଏକ ପରୀକ୍ଷା ଦେବାପାଇଁ ଘରକୁ ଆସୁଥିବା ବେଳେ ଭଦ୍ରକ ନିକଟରେ ପରିବାର ସମେତ କିଛି ଲୋକ ପୁଅ ସୁନୁନିଗମକୁ ମଞ୍ଜୁଲତା ପାଖରୁ ଜୋର ଜବରଦସ୍ତ ନେଇଯାଇଥିଲେ । ପରେ ପୁଅ ସହିତ ମଞ୍ଜୁଲତା ଙ୍କ ସହିତ ଦେଖାକରିବା ପାଇଁ ପରିବାର ଲୋକ ଦେଇନଥିଲେ । ଶେଷରେ କୌଣସି ଉପାୟ ନପାଇ ମଞ୍ଜୁଲତା ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ଖଇରା ପୋଲିସ ଯୁବକ ସୁନୁ ନିଗମ ଓ ଦାଦା ଦୟାନିଧି ନାୟକ ନାଁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଫେରାର ହୋଇଯାଇଥିଲା । ଦାଦା ଦୟାନିଧିକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ମଞ୍ଜୁଲତା ଏବେବି ସୁନୁନିଗମ ଆସିବା ବାଟକୁ ଚାହିଁ ବସିଛି ।





