କୋରାପୁଟ, (ବାଘୁଆବାର୍ତ୍ତା): ସାଇବର ଠକଙ୍କ ଶିକାର ହେଲେ ଜିଲ୍ଲା ଶିଶୁ ସୁରକ୍ଷା କାର୍ୟ୍ୟାଳୟର କର୍ମଚାରୀ ରାଜେଶ କୁମାର ନାୟକ । ବକେୟା ବିଦ୍ୟୁତ ବିଲ୍ ପୈଠ କରିବା ନାଁରେ ଠକେଇର ଶିକାର ହୋଇଛନ୍ତି । ମେସେଜ କରି ଏଟିଏମରୁ ଲୁଟିନେଲେ ୩୮ ହଜାର ଟଙ୍କା । ଏ ନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଛି । ଅଫିସର ବକେୟା ବିଦ୍ୟୁତ ଦେୟ ପୈଠ କରାନଗଲେ ବିଜୁଳି କାଟିଦିଆଯିବ ବୋଲି ଫୋନରେ ମେସେଜ ଦିଆଯାଇଥିଲା । ବିଦ୍ୟୁତ ବିଲ୍ ପୈଠ ପାଇଁ ରାଜେଶ ମେସେଜରେ ଦିଆଯାଇଥିବା ନମ୍ବରକୁ ଫୋନ୍ କରି ପଚାରିଥିଲେ । ନିଜ ଏଟିଏମ୍ କାର୍ଡରୁ ମାତ୍ର ଟଙ୍କାଟିଏ ପୈଠ କଲେ ତାପରେ ଅଟୋମେଟିକ୍ ବିଲ୍ ଦେୟ ହୋଇଯିବ ବୋଲି କହିଥିଲେ । କୌଣସି ଚିନ୍ତା ନକରି ମାତ୍ର ଟଙ୍କାଟିଏ ଭାବି ନିଜ ଏଟିଏମ୍ କାର୍ଡରୁ ୧ ଟଙ୍କା ସେହି ନମ୍ବରକୁ ପଠାଇଥିଲେ । ଏହାପରେ ଖୁବ୍ କମ୍ ସମୟ ମଧ୍ୟରେ ଆଖି ପିଛୁଳାକେ ଆକାଉଣ୍ଟରୁ ପ୍ରାୟ ୪ଟି ପର୍ୟ୍ୟାୟରେ ୩୮ ହଜାର ଟଙ୍କା ଉଠାଇ ନେଲେ ସାଇବର ଠକ ।





