ସମ୍ବଲପୁର, (ବାଘୁଆବାର୍ତ୍ତା): ବୁର୍ଲା ପିଏଚଡି ଅଫିସ ଭିତରେ ଖଣ୍ଡାରେ ଆକ୍ରମଣ ଅଭିଯୋଗ । ଜଣେ ଠିକାଦାରଙ୍କୁ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ଠିକାଦାର ବିଦ୍ୟାଧର ଦାଶ (ପପୁ)ଙ୍କ ଆଙ୍ଗୁଠି ଛିଣ୍ଡିବା ସହ ଝୁଲିକି ରହିଛି । ଖବର ଅନୁଯାୟୀ, ଗୁରୁବାର ଦିନ ଅପରାହ୍ନ ସମୟରେ ଏହି ଘଟଣା ଘଟିଥିବାବେଳେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ଦୁର୍ବୃତ୍ତ ଜଣକ କୌଣସି କାରଣରୁ ଠିକାଦାର ପ୍ରହଲ୍ଲାଦ ମହାନ୍ତିଙ୍କ ସହ ଝଗଡା ଆରମ୍ଭ କରିଥିଲେ । ତେବେ ପ୍ରହଲ୍ଲାଦ ଭିତରକୁ ଆସିବାର କିଛି ସମୟ ପରେ ଏକ ଖଣ୍ଡା ଧରି ଦୁବୃତ୍ତ ଜଣକ ଭିତରକୁ ପ୍ରବେଶ କରି ଆକ୍ରମଣ କରିଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଠିକାଦାର ବିଦ୍ୟାଧର ଦାଶ ଅଟକାଇବାରୁ ବିଦ୍ୟାଧରଙ୍କୁ ଆକ୍ରମଣ କରି ଡାହାଣ ହାତ ଆଙ୍ଗୁଠି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହା ପୂର୍ବରୁ ଦୁର୍ବୃତ୍ତ ଜଣକ ପ୍ରଥମେ ଖଣ୍ଡା ଧରି ଭୟଭୀତ କରିଥିଲେ । ପରେ ଆକ୍ରମଣ କରିଥିଲେ ।





