Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତି-ପତ୍ନୀ ଙ୍କୁ ଏସିଡ ମାଡ଼ କଲେ ପଡୋଶୀ

by ସଞ୍ଜୟ ସ୍ୱାଇଁ
August 3, 2022
in Crime, State
ପତି-ପତ୍ନୀ ଙ୍କୁ ଏସିଡ ମାଡ଼ କଲେ ପଡୋଶୀ
77
VIEWS
Share on FacebookShare on Twitter

ବାସୁଦେବପୁର, (ବାଘୁଆବାର୍ତ୍ତା): ସ୍ୱାମୀ, ସ୍ତ୍ରୀ ବାଡ଼ ପୋତୁଥିଲେ। ପଡ଼ୋଶୀ ବାଲ୍ଟି ଭର୍ତ୍ତି ଏସିଡ୍ ଆଣି ଏହି ଦୁହିଁଙ୍କ ଉପରେ ଢାଳି ଦେଲେ। ଯାହା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କ ଆଖି ହରାଇବା ଅଶଙ୍କା ଥିବା ଡାକ୍ତର କହିଛନ୍ତି। ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ରାଜଘରପୋଖରୀ ଗ୍ରାମରେ ଏହି ଘଟଣା ଘଟିଛି। ଦୁଇ ପରିବାର ମଧ୍ୟରେ ଥିବା ଜମିବାଡ଼ି ବିବାଦ ଆଜି ଏଭଳି ଜଘନ୍ୟକାଣ୍ଡରେ ପରିଣତ ହୋଇଛି। ଦୁଇ ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ଏହି ଗ୍ରାମର ଶୈଳେନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ସରସ୍ୱତୀ ନାୟକ। ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ଝଉଈ ସ୍ଥାନାନ୍ତର କରାଯାଇଛି। ଶୈଳେନ୍ଦ୍ରଙ୍କ ଅଭିଯୋଗ ମୁତାବକ, ସେ ଛଅ ମାସ ତଳେ ଏକ ଜମି କିଣିଥିଲେ। କିଣିଥିବା ଏହି ଜମିରେ ପଡୋଶୀ ବିଜୟ ସାହୁ ତାଙ୍କ ଅଂଶ ଥିବା ଦାବି କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦକୁ ନେଇ ଉଭୟେ ପୂର୍ବରୁ ଏକାଧିକ ଥର ଥାନାର ମଧ୍ୟ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଜମି ମାପ ଚୁପ ହୋଇଛି। ଆଜି ସେହି ଜମିରେ ସେ ଓ ତାଙ୍କ ପତ୍ନୀ ବାଡ଼ ପକାଉ ଥିଲେ। ଏହି ସମୟରେ ବିଜୟଙ୍କ ପରିବାର ଲୋକ ଏକ ବାଲଟିରେ ଏସିଡ୍ ଆଣି ତାଙ୍କ ଉପରେ ଢାଳି ଦେଇଥିଲେ। ବାଲ୍ଟିରେ ଏସିଡି ଥିବ ବୋଲି ସେମାନେ ଜାଣି ପାରି ନ ଥିଲେ। ଅଭିଯୁକ୍ତମାନେ ଏସିଡ ଢ଼ାଳିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ ଉଭୟ ଘଟଣାସ୍ଥଳରେ ପଡ଼ି ଛଟପଟ ହୋଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପାଖ ଅନ୍ୟ ପଡୋଶୀମାନେ ତାଙ୍କ ପାଖରେ ପହଞ୍ଚିଥିଲେ ଓ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଏହି ଘଟଣାକୁ ନେଇ ଶେଷ ଖବର ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିଲା। ଏନେଇ ଚିକିତ୍ସା କରୁଥିବା ବାସୁଦେବପୁର ଡାକ୍ତରଖାନାର ଡାକ୍ତର ଶିବଦତ୍ତ ପାଣିଗ୍ରାହୀ କହିଛନ୍ତି, ମହିଳାଙ୍କ ମୁହଁର ଭିତର ଭାଗ ଅଙ୍ଗରେ ଏସିଡ୍ ମାଡର ପ୍ରଭାବ ପଡ଼ିଛି। ତାଙ୍କ ଶରୀରର ୩୦ରୁ ୪୦ ପ୍ରତିଶତ ଅଂଶ ପ୍ରଭାବିତ ହୋଇଛି। ତାଙ୍କ ଆଖି ନଷ୍ଟ ହେବାର ଆଶଙ୍କା ରହିଛି। ପୁରୁଷ ବ୍ୟକ୍ତିଙ୍କ ଶରୀରର ୧୦ରୁ ୨୦ ପ୍ରତିଶତ ଶରୀର ପ୍ରଭାବିତ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!