ମାଥିଲି, (ବାଘୁଆବାର୍ତ୍ତା): ଚାକିରି ଦେବା ନାଁରେ ମହାଠକେଇ। ସରକାରୀ ପଦ ପଦବୀରେ ଅବସ୍ଥାପିତ କରାଇଦେବାକୁ କହି ୨୧ ଲକ୍ଷ ଚଳୁ କରିଦେଲା ଠକ। ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ। ଭୁବନେଶ୍ଵର ସ୍ଥିତ ଓଏସଏ ନିକଟରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ। ବାଲେଶ୍ଵର ଗେଙ୍ଗୁଟି ଅଞ୍ଚଳର ଚିନ୍ମୟ ମହାପାତ୍ର ମାଥିଲି ଅଞ୍ଚଳର କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଫସିଆଇ, ବିଏସଏସଓ, ଏସଆଇ, କିରାଣୀ ଏବଂ ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ କରାଇ ଦେବାକୁ ପୃଥକ ପୃଥକ ଭାବେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଚଳୁ କରିଥିଲେ। ଚିନ୍ମୟଙ୍କ ନାମରେ ପ୍ରାୟ ୨୧ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସର ସ୍ଵତନ୍ତ୍ର ଟିମ୍ ଆଜି ଭୁବନେଶ୍ଵର ସ୍ଥିତ ଓଏସଏ ନିକଟରୁ ଚିନ୍ମୟ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।





