ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଛୋଟ ଛୁଆକୁ ଧରି ପ୍ରେମିକ ଦୁଆରେ ପ୍ରେମିକା । ନ୍ୟାୟ ମାଗୁଛି ପ୍ରେମିକା । ମୋତେ ନ୍ୟାୟ ଦେବ କିଏ । ମୋ ସହିତ ସଂପର୍କ ରଖିଲେ, ଆଉ ମୋର ବି ଗୋଟିଏ ଛୁଆ ଅଛି । ତାକୁ ନ୍ୟାୟ ଦେବେ କିଏ । ଏତିକି କିଛି ଘଟଣାକୁ ନେଇ ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ସହର । ଲିଭ୍-ଇନ୍-ରିଲେସନସିପକୁ ନେଇ ଏବେ ହାଟରେ ପଡି ବାଟରେ ଗଡୁଛି ଘରୋଇ କଳି । ଖବର ଅନୁଯାୟୀ, ବର୍ଷକ ତଳେ ରାକ୍ଷୀ (ଛଦ୍ନନାମ)ଙ୍କ ସହ ଦିନେଶ କୁମାରଙ୍କ ମନ ଦିଆ ନିଆ ହୋଇଥିଲା। ଉଭୟେ ଉଭୟଙ୍କୁ ଭଲପାଇ ବସିଥିଲେ। ଏହାରି ଭିତରେ ଉଭୟଙ୍କ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲେ। ଏବେ କୋଳରେ ଛୋଟ ଛୁଆ। ଭଲପାଇ ବାହାହେବାର ପ୍ରତିଶ୍ରୁତି ଦେଇଥିବା ଦିନେଶ୍ ଏବେ ମହିଳାଙ୍କ ଆଡ଼ୁ ମୁହଁ ଫେରାଇ ନେଇଛନ୍ତି। ଫଳରେ ନ୍ୟାୟ ପାଇଁ କୁନି ଛୁଆକୁ ଧରି ଶ୍ଵଶୁର ଘର ଆଗରେ ଧାରଣାରେ ବସିଛନ୍ତି ମହିଳା। ଏନେଇ ମହିଳା ଜଣଙ୍କ ଥାନାରେ ଏତଲା ଦେଇଥିବା ବେଳେ ଡିଏନଏ ଟେଷ୍ଟ୍ ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସେପଟେ ଦିନେଶଙ୍କର ଅନ୍ୟତ୍ର କୁଆଡ଼େ ବିବାହ ସ୍ଥିର ହୋଇଥିବା ସୂଚନା ପାଇଥିଲେ ମହିଳା । ଯାହାଫଳରେ ସେ ଛୋଟ ଛୁଆକୁ ଧରି ଦିନେଶଙ୍କ ବେହେରା ସାହି ସ୍ଥିତ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ନ୍ୟାୟ ମିଳିବା ଯାଏଁ ସେ ଏପରି ଧାରଣା ଜାରି ରଖିବେ ବୋଲି କହିଛନ୍ତି ମହିଳାଙ୍କ ମାଆ। ଅନ୍ୟପଟେ ପୁଅ ଘରର କୌଣସି ଲୋକ ଏନେଇ ପ୍ରତିକ୍ରିୟା ରଖିନାହାଁନ୍ତି।





